STORYMIRROR

pravasini Senapati

Children

3  

pravasini Senapati

Children

ଆସରେ ପିଲେ ଖେଳିବା

ଆସରେ ପିଲେ ଖେଳିବା

1 min
168



ଆସ କୁନି, ମୁନି, ଦୀପା, ଲିପିକା

ଖେଳିବା ଆସରେ ବୋହୂ ବୋହୂକା ।


ଆହୁରି ଖେଳିବା କବାଡ଼ି, କିତି

ତା ସାଥେ ବ୍ୟାୟାମ କରିବା ନିତି ।


ବ୍ୟାୟାମ କରିଲେ ଦେହକୁ ହିତ

ଶରୀର ଆମର ରହିବ ସୁସ୍ଥ ।


ଖେଳିଲେ ମନଟା ରହେ ପ୍ରଫୁଲ୍ଲ

ଖେଳି ସାରି ଯିବା ଘର ସଅଳ ।


ମନ ଲଗାଇଣ ପାଠ ପଢ଼ିବା

ଗୁରୁଜନ କଥା ମାନି ଚଳିବା ।


ଗୁରୁଜନେ ଭକ୍ତି ସାନକୁ ସ୍ନେହ

ତେବେଟି ହେବାରେ ସଭିଙ୍କ ପ୍ରିୟ ।


କରିବାରେ ଯେତେ ଭଲ କରମ

ଦେଶ ଓ ଜାତିର ରଖିବା ନାମ ।


Rate this content
Log in

Similar oriya poem from Children