STORYMIRROR

Bidulata Sahoo

Tragedy

3  

Bidulata Sahoo

Tragedy

ସମୟ ଗଲାଣି ବଦଳି

ସମୟ ଗଲାଣି ବଦଳି

1 min
244


କେବେ ଥିଲା ହାଏ ରାଜାଙ୍କ ରାଜତ୍ୱ

            କରୁଥୁଲେ ରାଜା ଶାସନ,

ହେଲେ ଆଜି ବସି ଭାବିଲେ ସେ କଥା

            ଲାଗଇ ସତେକି ସପନ |


ମସ୍ତକ ଉପରେ ଶୋଭା ପାଊଥିଲା

           ରତ୍ନ ବିଖଚିତ ମୁକୁଟ,

ବେକରେ ହାରକୁ ଦେହେ ଶୋହୁଥିଲା

             ରଙ୍ଗବେରଙ୍ଗର ପୋଷାକ |


ରାଜା ବସୁଥିଲେ ସିଂହାସନପରେ

             ଦୁଇପଟେ ଥିଲେ ପ୍ରହରୀ,

କେତେକେତେ ପ୍ରଜା ପ୍ରତିଦିନ ଆସି

            ଜଣାଉଥିଲେଟି ଗୁହାରୀ |


ସମୟ ସାଥୀରେ ବଦଳି ଗଲାଣି

             ଏବେର ଶାସନ ତରିକା,

ସ୍ୱାଧୀନ ଦେଶରେ ସ୍ୱାଧୀନ ଆମେତ

              ନିଜେ ବାହୁ ନିଜ ନଉକା |


ଏକାଳ ସେକାଳ ଫରକ ଦେଖିଲେ

               ଆକାଶ ପାତାଳ ଲାଗୁଛି,

ସତ କିବା ମିଛ ଜାଣିବାପାଇଁକି

                ଇତିହାସ ସାକ୍ଷୀ ରହିଛି |


Rate this content
Log in

Similar oriya poem from Tragedy