STORYMIRROR

Bidulata Sahoo

Abstract

4  

Bidulata Sahoo

Abstract

ଶୀତ ଆମ ମିତ

ଶୀତ ଆମ ମିତ

1 min
372


ଶୀତକୁ ଆମେ ଡରିବା ନାହିଁ

               ଶୀତ ତ ଆମ ମିତ,

ସ୍ୱାଗତ ତାକୁ କରିବା ଆସ

             ଗାଇଗାଇକା ଗୀତ |

ମିତ ଆଣିଛି ଆମପାଇଁକି

            କେତେ ଯେ ଉପହାର,

କୋବି,ଟମାଟ,ଧନିଆପତ୍ର

           ବିନ୍,ମୂଳା,ଗାଜର |

ପତରକୋବି ସାଥେଆଣିଛି

         ଶିମ୍ବ,ମଟରଛୁଇଁ,

ଏତେ ପରିବା କେଉଁ ଋତୁରେ

            ଦେଖିଛ କୁହ କେହି ?

ଶାଗ ଆଣିଛି ଭଳିକିଭଳି

              ପାଳଙ୍ଗ ସହ ମେଥି,

କୋଶଳାସହ ବଥୁଆ ଅଛି

             ଯାହାକୁ ନିଅ ବାଛି |

ଘାଣ୍ଟ ତରକାରୀ କରିବା ପାଇଁ

               କେତେ ପ୍ରକାର ତାଜା,

ପରିବା ଆଣି ଆସିଛି ମିତ

              ଖାଇବାପାଇଁ ମଜା |

ପାଚିଲାଧାନ ଅମଳ ହୁଏ

            ସବୁରିଘରେ ଭାତ,

ତାହାପାଇଁକି ଗରୀବ ଓଠେ

              ଫୁଟିଚି ଆଜି ହସ |

କଅଁଳଖରା ପଡିଲେଟିକେ

               ପକାଇଦେଇ ସପ,

ପିଲାଠୁବୁଢ଼ା ବସି ସେଠାରେ

               କରନ୍ତି ଖୁସିଗପ |

ଶୀତ ପାଇଁକି ଶୀତ ଅପୋଷାକ

                ଲାଗଇସିନା କାମେ,

ନାନାରଙ୍ଗର ଶୀତପୋଷାକେ

                 ସଜେଇହେଉ ଆମେ |

ସକାଳୁ ଶୀତ ଘାସପତରେ

              ସିଞ୍ଚେ କାକର ଟୋପା,

ଖରାପଡିଲେ ଉପରେତାର

               ଦିଶଇ ସତେ ମୁକ୍ତା |

ବେଳେବେଳେ ସେ ଦିଅଇ ଢ଼ାଙ୍କି

               କୁହୁଡି ଚଦରରେ,

ଦେଖି ତାହାକୁ ମଣିଷ କିବା

             ସୂରୁଜ ଲୁଚେ ଡରେ |

ଶୀତ ଆଣିଛି ଧରଣୀପରେ

                 କି ଅପରୁପ ଶୋଭା,

ସୁନାରଙ୍ଗର ସୋରିଶକ୍ଷେତ

               ଆହାକି ମନଲୋଭା |

ଶୀତ ଆଣିଛି ଆମପାଇଁକି

             ପରବ ଭଳିଭଳି,

ପ୍ରଥମାଷ୍ଟମୀ, ମାଣବସା ତ

                ଏକୁ ଆରେକ ବଳି |

ଆମପାଇଁକି ଆସିଛି ଶୀତ 

             ଏତେ ଜିନିଷ ଧରି,

କହିଲ ସତେ କିଏସେ ହେବ

               ଏମିତି ମିତ ସରି |


Rate this content
Log in

Similar oriya poem from Abstract