STORYMIRROR

#all in one adii

Abstract

4  

#all in one adii

Abstract

ମୋ ଜୀବନ କାହାଣୀ

ମୋ ଜୀବନ କାହାଣୀ

2 mins
248

ଯେବେ କାଳୁ ହେଲା ମୁଣ୍ଡେ ଜ୍ଞାନୋଦୟ

ସୁଖ ଲେଶ ଜାଣିନାହିଁ

ଅଭାବ କଷଣ ଚିର ସାଥୀ ହେଲେ

ଆହା ସାହା କେହି ନାହିଁ।

ଦୁଃଖ ଆକୁଳରେ ମନକୁ ବୁଝାଇ

ବିଦ୍ୟାର୍ଥୀ ଜୀବନ ସାରି

ପିତାମାତା ଇଚ୍ଛା ପୂରଣାର୍ଥେ ବିଭା-

ହେଲି ଖୋଜି ଏକ ନାରୀ।

ସ୍ବଭାବେ ରମଣୀ ଆଧୁନିକା ଉଗ୍ରା

ବିବେକ ବୁଦ୍ଧିରେ ହୀନା

କା'ମନର କଥା ବୁଝିବନି ଜମା

ପ୍ରସାଧନେ ସେ ଉତ୍ତମା।

ସୈ।ଭାଗ୍ୟ ବଶରେ ଶିକ୍ଷାନୁଷ୍ଠାନରେ

ଆରମ୍ଭିଲି ଶିକ୍ଷକତା

ଅଳପ ଆୟରେ ଏକଳି ଯୁଗରେ

ଘରଚଳା ଅସମର୍ଥା।

ତନୟ ଯୁଗଳ ମାଁ  ସ୍ବଭାବର

ମୋ ଦୁଃଖ କେ ନ ବୁଝନ୍ତି

ସତ୍ୟାସତ୍ୟ ନ୍ୟାୟ ଧର୍ମ ପ୍ରକାଶିଲେ

ପାଗଳ ଆଖ୍ୟା ଦିଅନ୍ତି।

ଗୀତା ଭାଗବତ ଯେବେ ମୁଁ ବୁଝିଲି

ଧୈର୍ଯ୍ୟ ସଂଯମ ଆଚରି

ସବୁ ବିଷୟକୁ ସମ ଭାବ ମଣି

ନମ୍ରତାରେ ଦିନ ନେଲି।

ଯା'ଦିଅନ୍ତି ହରି ମନ ଆନନ୍ଦରେ

କରେ ଉଦର ପୂରଣ

ଭାଗ୍ୟେ ଏ ଶରୀରେ ରୋଗ ବ୍ୟାଧି ପଶି

କରେ ମତେ ହଇରାଣ।

ଭିଟାମାଟି ପିତା ମାତା ସର୍ବ ତ୍ୟଜି

ପେଟ ପାଟଣା ସକାଶେ

ସହର ମଧ୍ୟରେ ଭଡାଘର କରି

ଦୁଃଖେ ସୁଖେ ଦିନ କାଟେ।

ଅଭାବ କଷଣ ସହୋଦର ସମ

ପିଛା ଛାଡୁନାହିଁ ମୋର

ଧାର କରଜରେ ବୁଡି ରହିଅଛି

ଆନେ ନାହିଁ ମୁଁ ବ୍ୟାକୁଳ।

ସାହିତ୍ୟ ସାଧନା ନୂଆସାଥି ମୋର

ତାପ୍ରେମେ ପାଗଳ ହୋଇ

କବିତା ହସାଏ କବିତା କନ୍ଦାଏ

ତା 'ବିନା ମୋର କେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract