STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଖୋଜିବନି ମୋତେ

ଖୋଜିବନି ମୋତେ

2 mins
225

କେଉଁ ଏକ ଶୁଭ ସୁନ୍ଦର ମୁହୂର୍ତ୍ତରେ

ଅନ୍ଧକାରରେ ନୁହଁ ଆଲୋକରେ

ରବିର କିରଣାଲୋକରେ ଅବା

ଚନ୍ଦ୍ରାଲୋକର ଶୀତଳତାରେ ଆକାଶ ଥିବ,

ହଜିଯାଇପାରେ ଏ ନିଷିଦ୍ଧ ଦୁନିଆରୁ

ନିରୁଦ୍ଦିଷ୍ଟ ହୋଇଯାଇପାରେ ଆଚମ୍ବିତ କରି

ନିଶ୍ୱାସକୁ ଧରି ଅବା ଛାଡ଼ି ସମୟ ଜାଣେ

ଜମା ଖୋଜିବନି ମୋତେ ଝୁରିବନି ମୋତେ,

କ'ଣ ବା କାହାକୁ ଦେଇଛି ଯେ

ମୁଁ ସ୍ମରଣେ ରହିବି କାହାର ମନରେ..!

ନା ହସଦେଇଛି ନା କେବେ ଲୁହ ପୋଛିଦେଇଛି,

ବରଂ ପାଇଛି ବହୁତ ଅନେକଙ୍କ ଠାରୁ

ଫେରାଇବାକୁ ଚାହେଁନି ମୁଁ, ତାକୁ ନେଇ ତ ଚାଲିବି

ସେ ବାଟଯାଏ ଯେଉଁବାଟର ଠିକଣା ମୁଁ ବି ଜାଣିନି

କାନ୍ଦିବନି ଜମା ଲୁହ ମୋତେ ଭାରି କଷ୍ଟ ଦିଏ

ମୋ' ଲୁହତ ଭିତରେ ଅନେକ କିନ୍ତୁ

ଆଉ କାହା ଲୁହ କ୍ଷତବିକ୍ଷତ କରେ ମୋତେ

ଖୋଜିବନି କେବେ ଝୁରିବନି କେବେ ମୋତେ,

ସ୍ୱାର୍ଥପର କହି ଗାଳିଦେବ ଅଭିଶାପ ଦେବ

ଯେତେ ଦେଇପାର ସବୁ ମୋର ଛାତିରେ ରଖିବି

ନିନ୍ଦାର ବର୍ଷା କରିବ ତ କର ସମସ୍ତେ

ସେ ବର୍ଷାରେ ତ ଭିଜିଭିଜି ଚାଲିବି କଠିନ ରାସ୍ତା,

ଫେରିବାର ଆଶା ରଖିବନି

ତୁମ ଆଶା ମୋତେ ଅଥୟ କରିବ ବାଟରେ

ଅନ୍ତରର ବିଭିନ୍ନ ପ୍ରକାର ବିକାର ଫେଡ଼ିବି

ଯୋଡ଼ିବି ସତ୍ଯ ଓ ନିତ୍ଯର ଡ଼ୋର

ଶରୀର ଯାଉ ସେ ଯିବ ତା ବାଟରେ ନିଶ୍ଚିତ

ସ୍ୱଆତ୍ମାକୁ ଟିକେ ଦର୍ଶନ ତ କରିବାର ଉଦ୍ୟମ ମାତ୍ର

ଜମା କାନ୍ଦିବନି ଲୁହ ଝରାଇବନି ଖୋଜିବନି ମୋତେ,

ନା ମଣିଷ ନା ଦେବତା ନା ରାକ୍ଷସ ନା ସନ୍ୟାସୀ

ଆଉ ଏକ ନୂତନ ସନ୍ଧାନ ବୋଧେ ଯାହାର ନାମକରଣ

ସମୟ ଓ କାଳ ହିଁ କରିବ ନିର୍ଦ୍ଧାରଣ,

ବିଧାତାର ବିଧିରେ ଲେଖା ହେବ ଏକ ନୁଆ ପ୍ରକରଣ

ପ୍ରଂଶସା ବି କରିବନି ମୋତେ ଭଲ ଜୀବ ନୁହେଁ ମୁଁ

ଯଦି ପାରିବ ଉଦ୍ୟମ କରିବ ଭୁଲିଯିବା ପାଇଁ

ତୁମ ଭୁଲିଯିବା ଟା ହିଁ ମୋ' ବାଟର ସୁନ୍ଦର ସଂଘର୍ଷ ହେବ

ଖୋଜିବନି କେବେ ମୋତେ ଜମା ଖୋଜିବନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract