Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Abstract Inspirational

4  

PRABINA KU, KHADANGA

Abstract Inspirational

ଦେଶ କେଉଁ ସ୍ଵାଧୀନତା ପାଇଛି

ଦେଶ କେଉଁ ସ୍ଵାଧୀନତା ପାଇଛି

2 mins
204


ବିକାଶର ଦିଗେ ମୁକ୍ତିର ପଥେ

ଦେଶ ଆଜି ଗତି କରୁଛି

ସ୍ୱାଧୀନତା ମନ୍ତ୍ରେ ସଭିଙ୍କ ମୁଖରେ

ଦେଖ ମୁଖରିତ ହେଉଛି ।

ଦେଶ ସ୍ଵାଧୀନତା ପାଇଛି ।

ମୁକ୍ତ ପକ୍ଷୀ ଆଜି ମୁକ୍ତ ଆକାଶେ

କିଛି କ୍ଷଣ ଘୂରି ବୁଲୁଛି

ଗୋଳା ବାରୁଦର ନିସାଣ ଆଗରେ

ଦିଗହରା ହୋଇ ଟଳି ଯାଉଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ସ୍ୱାଧୀନତା ପାଇ ସ୍ଵାଧୀନ ଭାବେ ବଞ୍ଚିବାକୁ

ଆମ ସମ୍ବିଧାନ ଗଢା ହୋଇଛି

ତୁଳା ଦଣ୍ଡକରେ ଓଜନର ଭାର

କେବଳ ଗୋଟିଏ ଦିଗ ତଉଲୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ସମ୍ବିଧାନ ଧାରାରେ ସଭିଙ୍କ ପାଖରେ

ସ୍ୱାଧୀନତା ବଳବତ୍ତର ରହିଛି

ତଥାପି ଝିଅଟେ ସ୍ଵାଧୀନ ଭାବରେ

ବୁଲିବାକୁ ଆଜି ଭାରି ଡରୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ସ୍ୱାଧୀନତା ପୁଣି ସଭିଙ୍କୁ ସମ୍ମାନ ଦେବାରେ

ଦେଶରେ ଡିଣ୍ଡିମ ବାଜୁଛି

ନାରୀ ନିର୍ଯାତନା ଧର୍ଷଣକୁ ଦେଖିଲେ 

ସ୍ୱାଧୀନତା ଉପରେ ସନ୍ଦେହ ଆସୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ମୌଳିକ ଅଧିକାର ସମ୍ବିଧାନେ ଲିଖିତ

କେବଳ ଲେଖାରେ ହିଁ ପ୍ରକାଶ ପାଉଛି

ସ୍ୱାଧୀନତା ନାମେ ପରାଧୀନ ଭାବେ

ସବୁଠି ଯେ ଅତ୍ୟାଚାର ଚାଲିଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

 ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭୁଲି 

ଏକତା ସ୍ୱରେ ବଞ୍ଚିବା ଆହ୍ୱାନ ଶୁଭୁଛି

ନିଜ ସ୍ବାର୍ଥ ପାଇଁ ଲଢେ଼ଇ କରନ୍ତି

ଭାଇଚାରା ଧର୍ମାନ୍ଧତା ପାଖେ ବନ୍ଧା ପଡ଼ିଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ସବୁଠାରେ ହସେ ହିଂସା ଦ୍ୱେଷ ମନୋଭାବ

ଆତ୍ମୀୟତା ଲୁଚି ଯାଇଛି

ସ୍ୱାର୍ଥପାଇଁ ଅନ୍ୟାୟ ଚକ୍ରାନ୍ତ କରନ୍ତି ଶତ୍ରୁତା

ମାନବିକତା ଉପହାସ କରୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ଆମ ସମାଜରେ କମ୍ପାନୀର ଧାରା

ନିତି କେତେ କେତେ ଗଢା ଚାଲିଛି

କୋଟି କୋଟି ଟଙ୍କା ଲୁଟି ନେଇ ଚାଲି ଗଲେ

ଗରିବ ଚାଷୀଟା ଯେ ଆତ୍ମହତ୍ୟା କରୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ଗରିବ ପିଲାଟା ଦୁଇ ଓଳି ଖାଇବାକୁ

ବିପଦ କାମରେ ମଜୁରୀ ଲାଗୁଛି

ଶିଶୁ ଶ୍ରମ ଏକ ଅପରାଧ ବୋଲି 

କେବଳ ନିୟମ ଶୁଣାଯାଉଛି ।

ଦେଶ କେଉଁ ସ୍ଵାଧୀନତା ପାଇଛି ।

ନିୟମକୁ ଭାଙ୍ଗି ନିୟମ ଗଢ଼ିବା ପାଇଁକି

ସବୁଠାରେ ଲାଞ୍ଚ ବ୍ୟବସ୍ଥା ଚାଲିଛି

ଶୋଷଣକରି ଭରନ୍ତି ନିଜର ପାଣ୍ଠିକୁ

ଜନତା ସବୁ ଦେଖି ମୁକ ସାଜିଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ଆଇନି ବ୍ୟବସ୍ଥା ସ୍ତର ମଧ୍ୟ ଦେଖ

କେତେ ଜାଗାରେ ଭୁଶୁଳି ପଡ଼ିଛି

ଦୋଷୀ ସ୍ୱାଭିମାନେ ବାଟ ଚାଲୁଅଛି

ନିର୍ଦ୍ଦୋଷ ଯେ ଦଣ୍ଡ ପାଉଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ନୀତି ନିୟମକୁ କଳା ପଟି ବାନ୍ଧି

ସବୁଠି ବିକ୍ଷୋଭ ଚାଲିଛି

ଧଳା ପୋଷାକରେ କଳା କାରନାମା

ବେଶ୍ ବାରିହୋଇ ପଡୁଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ଆଉ ସଂସ୍କୃତି ପରମ୍ପରା କ୍ରମେ କ୍ରମେ ଦେଖ

ଦେଶରୁ ଯେ ଲୋପ ପାଉଛି

ଆଧୁନିକତାର କୋମଳ ସ୍ପର୍ଶରେ 

ସବୁକିଛି ଉଜୁଡି ଯାଉଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି । 

ଜାତୀୟ ପତାକାର ଶାନ୍ତି ମୈତ୍ରୀ ଭାବ

ସମ୍ମାନ କ୍ରମେ ଲୋପ ପାଉଛି

ଦେଶପ୍ରେମୀ ଆମ ସଂଗ୍ରାମୀ ମାନଙ୍କ

ବଳିଦାନକୁ ମଣିଷ ଭୁଲି ଯାଉଛି ।

ଦେଶ କେଉଁ ସ୍ୱାଧୀନତା ପାଇଛି ।

ତଥାପି ଗର୍ବରେ ମୁଁ ସ୍ଵାଧୀନ ବୋଲି

ଚିତ୍କାର କରି ଯେ କହୁଛି

ଜାତୀୟ ପତାକା, ସମ୍ବିଧାନ,ସଙ୍ଗୀତ, ସଂଗ୍ରାମୀ

ତାଙ୍କୁ ଶ୍ରଦ୍ଧାରେ ସମ୍ମାନ ଜ୍ଞାପନ କରୁଛି ।

ମୋ ଦେଶ ସ୍ୱାଧୀନତା ପାଇଛି ।

ହିଂସା ଦ୍ୱେଷ ଭୁଲି ଭାଇଚାରା ସମ୍ପର୍କେ

ବାନ୍ଧି ହେବାକୁ ଆହ୍ୱାନ କରୁଛି

ସଭିଙ୍କୁ ସମ୍ମାନ ମର୍ଯ୍ୟାଦା ଦେବାର ଅନୁରୋଧ କରି

କିଛି ଆଶା ସମ୍ଭାବନା ରଖି ରହୁଛି ।

ମୋ ଦେଶ ସ୍ୱାଧୀନତା ପାଇଛି ।

ଗର୍ବରେ ଛାତି ଫୁଲେଇ କହୁଛି ,

ମୋ ଦେଶ ସ୍ୱାଧୀନତା ପାଇଛି ।


Rate this content
Log in

Similar oriya poem from Abstract