STORYMIRROR

Amita Dash

Abstract Inspirational

4  

Amita Dash

Abstract Inspirational

ଭାଗ୍ୟ

ଭାଗ୍ୟ

1 min
146


ମାଁ ପେଟ କୁମ୍ଭାର ଶାଳ

ଗଢେ ମାଠିଆ ହାଣ୍ଡି ମାଳ ମାଳ

କିଏ ତେଢା କିଏ ସଳଖ।


ଦେଖୁ ନାହାନ୍ତି

ଗୋଟିଏ ମାଁ ର ଦୁଇ ପୁଅ।

ଗୋଟେ ପାଠ ନ ପଢି ବୁଲିଲା

ବାଳୁଙ୍ଗା ବାତେରା ନାଁ ନେଲା।

ଆରଟି ପଢ଼ି ବିଦେଶ ଯାଇ 

ଉନ୍ନତି ର ଶିଖର ଛୁଇଁଲା।

ଚାଲି ଚଳଣ ପୋଷାକ ପତ୍ର

ସବୁ ବଦଳିଗଲା।


ମାଁ ଘଡ଼ିଏ ଖୁସି ହେଲେ ଘଡ଼ିଏ ଦୁଃଖ କଲା

କିଏ ଭାସିଲା ପଲଉ, ମାଂସ ଝୋଳରେ।

କାହା ଭାଗ୍ୟରେ ବଗଡ଼ା ଭାତ,ତୋରାଣି ମିଳିଲା

ମାଁ କ'ଣ ଜନମ ଦେଇ କରମ ଖଞ୍ଜିଲା।

ମାଁ କାହା ପଟ ହୋଇ କଥା କହିବ।

ମଝିରେ ଠିଆ ହୋଇ ଭାଗ୍ୟ ଆପଣେଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract