"ମା"(ଭାଗ -୨)
"ମା"(ଭାଗ -୨)
ତୁ ହିଁ ଦେଶ
ତୁ ହିଁ ବିଶ୍ଵ
ତୁ ହିଁ ରାଜ୍ୟ
ତୁ ହିଁ ସହର
ତୁ ହିଁ ଗାଁ
ତୁ ଆମର
ଜନନୀ, ଜନ୍ମଭୂମି
ତୁ ହିଁ ଆମର ମା' ।
ପରିବାର, ପରିବେଶଠାରୁ
ପର୍ଯ୍ୟାବରଣ ଯାଏଁ
ସବୁଠି ତୋର ନାଁ
ତୁ ହିଁ ସୃଷ୍ଟି କାରିଣୀ
ତୁ ଧରିତ୍ରୀ ମା' ଧରଣୀ
ତୁ ଆମରି ମା'।
ସକଳ ଧର୍ମ
ସକଳ କର୍ମ
ସବୁଠି ପୂଜ୍ୟା ତୋ ନାଁ
ତୁ ସଂସାର ପାଳିନୀ
ଜଗତ୍ଧାତ୍ରୀ ଜଗତ୍ ଜନନୀ
ଧୈର୍ଯ୍ୟଶୀଳା, କ୍ଳେଶନାଶିନୀ
ସକଳ ଜୀବଙ୍କ ଜନ୍ମଦାତ୍ରୀ
ଜଗତ୍ ଜନନୀ ମା' ।
ତୁ ହିଁ ପୁଣ୍ୟତୋୟା
ଗଙ୍ଗା, ଯମୁନା
ତୁ ହିଁ ପବିତ୍ର ସାଗର କନ୍ୟା
ତୁ ହିଁ ସ୍ଵଛ ନିର୍ମଳ ଝରଣା
ତୁ ହିଁ କମଳିନୀ, ସରସ୍ବତୀ
ତୁ ହିଁ ଶିବାନୀ ଭବାନୀ
ତୁ ଆମ କାଳୀ ମା' ।
ଜଗତେ କେବଳ
ତୁ ହିଁ ଶ୍ରେଷ୍ଠା
ତୁ ହିଁ ଜ୍ୟେଷ୍ଠା
ତୁ ସକଳ ଆଶାର କିରଣ
ତୋରି ଲାଗି
ମୋକ୍ଷ ଲଭନ୍ତି ସକଳ ଜନ
ତୁ ମୋକ୍ଷ ଦାୟିନୀ
ଭାଗ୍ୟ ନିର୍ଦ୍ଧାରିଣୀ
ଭୂତ ଭବିଷ୍ୟ ପ୍ରଣୟିନୀ
ତ୍ରାଣ କର୍ତ୍ତ୍ରୀ, ପ୍ରାଣ ଦାତ୍ରୀ
ଜଗତ୍ ଜନନୀ ମା'
ତୁ ହିଁ ଜନନୀ, ଜନ୍ମଭୂମି
ତୁ ହିଁ ଆମର ମା' ।
ପତିତ ଜନଙ୍କ ଉଦ୍ଧାର କାରିଣୀ
ପାପ ବିନାଶିନୀ, ସନ୍ଥ ପାଳିନୀ
ସନ୍ତାନ ମାନଙ୍କ ଜନ୍ମ ଦାୟିନୀ
ଜନ୍ମ ଜନ୍ମାନ୍ତରର ଅଟୁ
ଏ ବିଶ୍ଵ କଲ୍ୟାଣୀ
ମଙ୍ଗଳମୟୀ
ତୁ ଅଟୁ ମଙ୍ଗଳା ମା' ।
ସତ୍ୟ, ନ୍ୟାୟ, ଧର୍ମ
ରକ୍ଷା କାରିଣୀ
ଦେବ, ଦାନବ ମାନବ
ସଭିଙ୍କ ସଂକଟ ନାଶିନୀ
ଜୀବ ପରମଙ୍କ ମଧ୍ୟେ
ସମ୍ବନ୍ଧ କାରିଣୀ
ତୁ ଶିବ, ତୁ ହିଁ ଶିବା
ତୁ ଆଦ୍ୟାଶକ୍ତି, ମାତୃଶକ୍ତି
ତୁ ଦେବ, ତୁ ହିଁ ଦେବୀ
ତୁ ଶାନ୍ତି, ଗତି, ମୁକ୍ତି
ଯୁଗେ ଯୁଗେ ତୁ ବିଜୟିନୀ
ତୁ ଜଗତ ତାରିଣୀ
ସୁଖ, ଦୁଃଖ ସବୁର
ସୃଷ୍ଟିକାରିଣୀ
ତୁ ହିଁ ଆମ ସଭିଙ୍କର
ଚିର ସୁଖପ୍ରଦାୟିନୀ ମା' ।
ତୁ ଜଗତ୍ ଜନନୀ
ବିଶ୍ଵ ରଚୟିତା, ବିଶ୍ଵ ରକ୍ଷିତା
ତୁ ହିଁ ସୃଷ୍ଟି
ତୁ ହିଁ ବିନାଶକାରିଣୀ
ତୁ ଦୟା, ତୁ କ୍ଷମା
ତୁ ହିଁ ଆମ ସଭିଙ୍କର ଜନ୍ମଦାତ୍ରୀ,
ବୁଦ୍ଧି ଦାତ୍ରୀ, ଜ୍ଞାନ ଦାତ୍ରୀ
ଜଗତ୍ ଜନନୀ ମା' ।
