STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଏମିତି ଏକ ଦିନ ଆସିବ

ଏମିତି ଏକ ଦିନ ଆସିବ

1 min
190

ଏକ ଦିନ ଏମିତି ଆସିବ   

ଝାଉଁଳି ଥିବା ଫୁଲ ହସିବ

ରଙ୍ଗୀନ ହୋଇବ ପୂରୁବ ଆକାଶ

ହୃଦୟ ଆଶାର ଗୀତ ଗାଇବ ||


ସେହି ଆଶାରେ ସଂଗ୍ରାମ

ଲଢିଯିବା  ଅବିରାମ

ହଜାର ମଣିଷର ଅଭିଯାନ

ତେଣୁ  ଆଜି ଚାଲିଛି ଚାଲିବ

ଏକ ଦିନ ଏମିତି ....  ......||


ଆମେ ଅଛୁ ତୁମର ସାଥିରେ

ଲଢିବା ମିଳି ଏକ ସାଥିରେ

କରୋନା ହଟିବ  ଧରଣୀ ବକ୍ଷରୁ

ହୃଦୟ ଆଶାର ଗୀତ ଗାଇବ

ଏକ ଦିନ ଏମିତି ............||


ମାସ୍କ ପିନ୍ଧି  ଦୂରତା ରଖିବା

ଲକ୍ଷଣ ଦେଖି ପଥି ଖାଇବା

ନିଦାନ ଉପାୟ  ନିଶ୍ଚୟ ମିଳିବ

ହୃଦୟ ଆଶାର ଗୀତ ଗାଇବ

ଏକଦିନ ଏମିତି .............||


ଆମେ ଲଢୁଛୁ ଲଢିଯିବା

କରୋନା ବିରୁଦ୍ଧେ ଜିତିବା

ନିଦାନ ତାହାର କରିବା ସମ୍ଭବ

ହୃଦୟ ଆଶାର ଗାଇବ

ଏକଦିନ ଏମିତି ..........||


ତେଣୁ ହୁଅନା ମ୍ରୀୟମାଣ

ନୂଆ ବେଗେ ଆସିବ ସଂଗ୍ରାମ

ନୂତନ ଭାକ୍ସିନ ଐଷଧ ଆସିବ

ହୃଦୟ ଆଶାର ଗୀତ ଗାଇବ

ଏକ ଦିନ ଏମିତି .............||


ତେଣୁ କରନା ଉଣା  ମନ

ନେବାରେ କରୋନା ଭାକ୍ସିନ

କରୋନା ଦାନବ ହଟି ଚାଲିଯିବ

ହୃଦୟ ଆଶାର ଗୀତ ଗାଇବ 

ଏକଦିନ ଏମିତି.............||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract