STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କଳା କଳେବର କାଳିଆ ସୁନା ମୋ

କଳା କଳେବର କାଳିଆ ସୁନା ମୋ

1 min
11


ସୃଷ୍ଟିକର୍ତ୍ତା ତୁମେ ବ୍ରହ୍ମାଣ୍ଡ ଈଶ୍ୱର


ପୁରୀ କ୍ଷେତ୍ରେ ଲୀଳା କରୁଛ ଠାକୁର !


ବୁଝିବ, କେ ମାୟା ଶକ୍ତି ଅଛି କାର


ହାତ ପାଦ ନାହିଁ ଲୀଳା କେଉଁ ତୋର !!


ଦେଇଛୁ ସର୍ବସ୍ବ ମନୁଷ୍ୟ ଜାତିକୁ


କର୍ମ ଯେ କରିବ ଏ ଜୀବ ଜନ୍ତୁକୁ !


କେଉଁ କର୍ମ କରେ ଦେଖୁଛୁ ତାହାକୁ


ଥାଇ ପୁରୀ ଧାମେ ପାଳୁ ବ୍ରହ୍ମାଣ୍ଡକୁ !!


ଦାରୁବ୍ରହ୍ମ ତୁମେ ପ୍ରଭୁ ନିରାକର


କରୁଣାକର ହେ ରଖ ତୁ ନଜର !


ଚରାଚର ପୃଥି ଅଧିନରେ ତୋର


କୃପାସିନ୍ଧୁ ପ୍ରଭୁ ଭକ୍ତେ କୃପାକର !!


ଓଡ଼ିଆ ଠାକୁର ପୁରୀ କ୍ଷେତ୍ର ବାସୀ


ଦୂରେ ରହି ଡାକେ ମୁହିଁ ଦିବା ନିଶି !


ବୃଦ୍ଧ ବୟସରେ ଧ୍ୟାନ ଯାଏ ଖସି


ଚିନ୍ତିତ ସର୍ବଦା ରହି ଅଛି ବସି !!


ଜାଳି ଦିଅ ଏଠି ଭାଷାର ପ୍ରଦୀପ


ଓଡ଼ିଆ ହୃଦରୁ ଯାଉ ଏ ସନ୍ତାପ


ଝରୁ ଅଛି ଅଶ୍ରୁ ଆମର ଅମାପ


ଦୂର କର ପ୍ରଭୁ ଆସିଣ ସମିପ !!


ବିଚ୍ଛିନ୍ନ ଯନ୍ତ୍ରଣା କିମ୍ପା ବୁଝୁ ନାହିଁ ?


ଭାଷା ଶିକ୍ଷା ପାଇଁ କାନ୍ଦୁ ଅଛୁ ଯହିଁ


କି କରିବୁ କହ ଜଗତ ଗୋସାଇଁ


ଆତୁରେ ଡାକୁଛୁ ଏ ଦୁର୍ଦ୍ଦଶା ପାଇଁ !!




Rate this content
Log in

Similar oriya poem from Abstract