STORYMIRROR

Binata Mohanta

Abstract Others

3  

Binata Mohanta

Abstract Others

ଗ୍ରୀଷ୍ମ ଦିପହର

ଗ୍ରୀଷ୍ମ ଦିପହର

1 min
11


ଗ୍ରୀଷ୍ମ ଦିପହର କଥା 

    ନ କହିବା ହିଁ ଭଲ

ଜୀବନ ଆଉଟୁ ପାଟୁଆ

   ହଉଛି କଲବଲ ।

ମିଳୁ ନାହିଁ ଶାନ୍ତି ଟିକେ 

   ଅଗଣା ନା ଦାଣ୍ଡରେ 

ହନ୍ତସନ୍ତ ଲାଗୁଛି ଜୀବନ 

   ଉଷ୍ଣ ପ୍ରବାହରେ ।

କଂକ୍ରିଟ ସହର ମଧ୍ୟେ

   ହେଉଛି ଶ୍ଵାସ ରୁଦ୍ଧ

ଦାଉ ସାଧୁଛି ବୈଶାଖ 

   ନିଇତି ବଢେ ପାରଦ ।

ଘନଘନ ବିଜୁଳି କାଟ 

   ଅସହ୍ୟ ଗୁଳୁଗୁଳି 

ବିଦ୍ୟୁତ ଶକ୍ତି ଅଭ୍ୟସ୍ତ

   ମନୁଷ୍ୟ ଗଲା ଝାଉଁଳି ।

ଆଶ୍ରୟ ଲୋଡ଼ନ୍ତି ଜୀବ

   ବୃକ୍ଷର ଛାୟା ଶୀତଳ

ତୃଷାର୍ତ୍ତ ପ୍ରାଣ ଖୋଜୁଛି 

   ତୃଷା ମେଣ୍ଟାଇବାକୁ ଜଳ ।


Rate this content
Log in

Similar oriya poem from Abstract