ଚୁପଚାପ କିମ୍ପା କାନ୍ଦୁ?
ଚୁପଚାପ କିମ୍ପା କାନ୍ଦୁ?
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ଚୁପଚାପ କିମ୍ପା କାନ୍ଦୁ !
ଦୁଃଖ କଷ୍ଟ କିଛି ନାହିଁ ଟି ଅଭାବ
କାହିଁ ପାଇଁ ତୁହି କାନ୍ଦୁ !
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ଚୁପଚାପ କିମ୍ପା କାନ୍ଦୁ ?
ଭଉଣୀ ଟି ମୋର କହିଲା କି କିଛି
ସ୍ନେହୀ ସେହୁ ସମସ୍ତର !
ସବୁ ଠାରୁ ଛୋଟ ତେଣୁ ତା ଆଦର
ଦୋଷ ନ ଧରିବୁ ତାର !
ଚୁପଚାପ କାନ୍ଦୁ ଲୋ ସଜନୀ ?
ଦିଅ କ୍ଷମା କରି ତାର !!
ଚାଲ ଯିବା ପ୍ରିୟା ଆଜି ଶ୍ରୀମନ୍ଦିର
କରିବା ଦର୍ଶନ ତହିଁ !
ଦେଖିବାରେ ଲୀଳା ଜଗନ୍ନାଥଙ୍କର
କୁଟୁମ୍ବ ସଙ୍ଗରେ ଯହିଁ !
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ସମ୍ପର୍କ ଦେଖିବୁ ତହିଁ !!
ଆଦରେ ରଖିଛି ଭାଇ ଓ ଭଉଣୀ
ସଙ୍ଗରେ ତାଙ୍କ ଘରଣୀ !
ରଖିଛ ଆଦର ଭଉଣୀରେ ସ୍ନେହ
ଖୁସିରେ ଗୃହର ପ୍ରାଣୀ
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ଦେଖିବୁ ଗୃହ କାହାଣୀ !
ଦେଖିବୁ ସଜନୀ କର୍ତ୍ତବ୍ୟ କରୁଣା
ଜନଜନଙ୍କରେ ଶ୍ରଦ୍ଧା !
ଅଛି ପ୍ରେମ ପ୍ରୀତି ଗୃହସ୍ଥ ଆଶ୍ରମେ
ଅଛି ସମଭାବ ଶ୍ରଦ୍ଧା !
ଦେଖ ଲୋ ସଜନୀ ଠାକୁରଙ୍କୁ ଦେଖ
କିପରି ପ୍ରୀତି ତାଙ୍କର !
ଭାଇ ମଧ୍ୟ ସଙ୍ଗେ ଭଉଣୀ ସଙ୍ଗରେ
ପ୍ରେମ ଓ ପ୍ରୀତି ପତ୍ନୀର !
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ରଖ ତୁ ଗୃହେ ଆଦର !!
ହସି ଉଠିବ ଟି ଗୃହ ଓ ସଂସାର
ଆଶୀର୍ବାଦ ପାଉ ଥିବୁ !
ସେବା କରୁ ଥିବୁ ଶାଶୁ ଓ ଶଶୁରେ
କର୍ତ୍ତବ୍ୟରେ ରହି ଥିବ।
ଚୁପଚାପ କିମ୍ପା କାନ୍ଦୁ ଲୋ ସଜନୀ ?
ଧର୍ମ ପଥେ ରହି ଥିବୁ !!
