STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମୁ ଖଣ୍ଡାୟତ !

ମୁ ଖଣ୍ଡାୟତ !

1 min
19


ସତ୍ୟ ଧରି ଅସ୍ତ୍ର


ଧର୍ମ କରି ବସ୍ତ୍ର


ପଢି ଗୀତା ଶାସ୍ତ୍ର


କରୁଛି କର୍ମ,


ପୂର୍ବ ଇତିହାସ


ସ୍ମୃତି ରହି ଅଛି


କର୍ତ୍ତବ୍ୟ ଜଡ଼ିତ


ରଖିଛି ଧର୍ମ !! ମୁଁ ଖଣ୍ଡାୟତ.......


ନ୍ୟାୟ ପକ୍ଷେ ଠିଆ


ସର୍ବଦା ରହିଛି


ଜନ ହିତେ କାର୍ଯ୍ୟ


ପଥେ ରଖିଛି,


ହୋଇ କର୍ମଯୋଗୀ


ରାଷ୍ଟ୍ର ପ୍ରୀତି ଭକ୍ତି


ରଖି ଅନ୍ତର୍ଗତେ


ସେବା କରୁଛି !! ମୁଁ ଖଣ୍ଡାୟତ....


ତୋଷମଦିଆ ଟି


ବୃତ୍ତି ନାହିଁ ମୋର


ନାହିଁ ଭୃତ୍ୟ ଭାବ


ଆତ୍ମ ସନ୍ତୋଷ,


ନିଜର ସମସ୍ୟା


କରୁ ଅଛି ଦୂର


ନ ହୁଏ କାତର


ଆତ୍ମ ବିଶ୍ବାସ !!ମୁଁ ଖଣ୍ଡାୟତ.......


ମୋ ପୂର୍ବ ପୁରୁଷ


ବୀରତ୍ବରେ ଭରା


ତାଙ୍କ ଇତିହାସ


ସ୍ମୃତି ଗର୍ବର,


ତାଙ୍କ ଔରସରେ


ଜନମ ଗ୍ରହଣ


ପଥେ ପ୍ରେମ ପ୍ରୀତି 


ଅସ୍ତ୍ରର ଧାର !! ମୁଁ ଖଣ୍ଡାୟତ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract