STORYMIRROR

DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ଚଉଦିଗ ଲାଗେ ରଥମୟ

ଚଉଦିଗ ଲାଗେ ରଥମୟ

1 min
20


ଚଉଦିଗ ଲାଗେ ରଥମୟ

ରଥେ ବସିଛନ୍ତି ଦୟାମୟ

ଦାଣ୍ଡରେ ଉଦଣ୍ଡ ଭକ୍ତ ଶୂଅ

ଭକତ ଭକତି ଭାବ ମୟ

ଧୂପ ଦୀପ ବାସେ ମହମହ

ହଁ ମହମହ

ଆହେ ଦୟାମୟ

ସବୁରି ତୁଣ୍ଡରେ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜୟ.…


ଲିଳାମୟଙ୍କର ଏତ ଦିବ୍ୟ ଲୀଳା

ଦରଶନେ ହୁଏ ଉଣା ଏ ଭବ ଜ୍ବାଳା

ବାମନ ରୂପରେ ପ୍ରଭୁ ଦେଖା ଦେଇ

ପାପ ତାପ ସବୁ ସେତ ଦିଅନ୍ତି ଧୋଇ

ଆହାକି ସୁନ୍ଦର ଦାରୁ ଦିଅଁ

ପୋଛି ଦିଅନ୍ତି ସେ ଭକ୍ତ ଲୁହ

ରଥେ ଦେଖି ଭକ୍ତ ହୁଏ ମୋହ

ଉଣା ହୋଇଯାଏ ମନୁ କୋହ

ଅନନ୍ତ ଅସୀମ ଦାରୁ ଦିଅଁ 

ହଁ ଦାରୁ ଦିଅଁ 

ଆହେ ଦୟାମୟ

ସବୁରି ତୁଣ୍ଡରେ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜୟ.…


ପତିତ ମାନଙ୍କୁ ଦେବାକୁ ଦର୍ଶନ

ମହାପ୍ରଭୁଙ୍କର‌ ଦିବ୍ୟ ଲୀଳା ମହାନ

ଅଶରୀରି ଆତ୍ମା ମୁକ୍ତି ପାଇଥାନ୍ତି 

ରଥ ପରେ ଦେଖି ତୁମ ଚତୁର୍ଦ୍ଧା ମୂର୍ତ୍ତୀ 

କରୁଣାମୟ ମଙ୍ଗଳମୟ

ଦୂର କରନ୍ତି ସେ ଭବଭୟ

ଭକ୍ତ କହେ ଆହେ ଦୟାମୟ

କୃପା ନେତ୍ରେ ବାରେ ଚାହିଁ ଥାଅ

କରୁଣାକର ହେ କଳା ଦିଅଁ 

ହଁ କଳା ଦିଅଁ 

ଆହେ ଦୟାମୟ

ସବୁରି ତୁଣ୍ଡରେ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜୟ.…


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract