STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଝର କଲମ

ଝର କଲମ

1 min
27


ଜନ୍ମ କରିଥିଲେ ୟାକୁ ଯେଉଁ ଲୋକ

   ମରି କି ଆମର ଆଜି

ଯଦିଓ ବିଜ୍ଞାନ ମନେ ପକାଉଛି

   ଗୌରବର କୀର୍ତ୍ତିରାଜି

   ପ୍ରେମରେ ସଭିଏଁ ମଜ୍ଜି 

ଆଜିକାଲି କିନ୍ତୁ ଝର କଲମକୁ 

   କିଏ ବା ପାଇବ ଖୋଜି?୧

କିଏ ସେ ମାରିଲା ଝର କଲମକୁ 

   ଯା'ଥିଲା ବିଶ୍ୱକୁ ଦାନ

ବସିବା ହସିବା ମୋଟେ ହେଉ ନାହିଁ 

   ଜଡ଼ ସଦୃଶ ତା' ମନ

   ବୋଧେଥିଲା ହୀନ କର୍ମ

ଧ୍ଵଂସ ହୋଇଗଲା ବିଜ୍ଞାନ ଅସ୍ତ୍ରରେ 

   ନୀରବ ଆଜି ସ୍ପନ୍ଦନ।୨

ଜଗତରେ ଦିନେ ଚାଞ୍ଚଲ୍ୟ କରିଛି

  ପଣ୍ଡିତ କି ମୂର୍ଖ କେହି

 ଦରକାର ଥିଲା ମନୁଷ୍ୟ ଜୀବନେ 

   ଯେମିତି ଗଛର ଛାଇ

   ନୁହେଁ ଆଜିକାଲି ବାଇ 

ଝର କଲମଟା ଦିନେ ଥିଲା ବୋଲି

   କହିଲେ ହସିବ ଭାଇ।୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract