STORYMIRROR

Pranati Panda

Abstract

4  

Pranati Panda

Abstract

ସତରେ ମୁଁ କେଡ଼େ ବୋକି ଥିଲି

ସତରେ ମୁଁ କେଡ଼େ ବୋକି ଥିଲି

1 min
203


ଆତ୍ମିୟତା ସେହି ଆପଣା ପଣରେ

   କେତେ ସ୍ଵପ୍ନ ସବୁ ବୁଣିଥିଲି ,

ଧାରେ ଆଲୋକର  ସ୍ୱଚ୍ଛ ଆଲୁଅରେ

   ବିଶ୍ଵାସର ହସ ଦେଖିଥିଲି ।


ମିଛ ସୁଖ ସେହି  ଖୋଳପା ଭିତରେ

    ବଞ୍ଚି ଥାଉ ଥାଉ ହାରିଗଲି,

ନିଖୁଣତା ପୂର୍ଣ୍ଣ   ମିଛ ଅଭିନୟେ

    ପୁରାପୁରି ମୁଗ୍ଧ ହୋଇଗଲି ।


 ପ୍ରତାରଣା ପୂର୍ଣ୍ଣ    ଅମୃତ ବାଣୀକୁ

   ବିଶ୍ଵାସେ ହୃଦୟେ ଶଂଖୋଳିଲି ,

ତମ  କବିତାର    ସବା ଶେଷ ଧାଡ଼ି

    ପଙ୍କ୍ତି ଟିଏ ହୋଇ ରହିଗଲି ।


ତମରି  ସ୍ୱପ୍ନର   ଗହନ ବନରେ

   ସତେ କଣ ଭୁଲ୍ ଚିଠି ଥିଲି ?

ବାଟ ଚାଲିବାର ଠିକଣା ଖୋଜି ମୁଁ 

   ଭୁଲ୍ ଠିକଣାରେ ପଡ଼ିଗଲି ।


   ସତରେ ମୁଁ କେଡେ ବୋକିଥିଲି ! !


       

       

     


Rate this content
Log in

Similar oriya poem from Abstract