STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଛୋଟ ସଂସାର

ଛୋଟ ସଂସାର

1 min
159


ଛୋଟ ଗୄହସ୍ତ ଟି ଖୁସିର ଗୄହସ୍ତ

ଆମେ ଦୁଇ ଆମ ଦୁଇ,

ବାପା ମାଆ ଦୁଇ ଆମେ ମଧ୍ୟ ଦୁଇ

ଆମ ସନ୍ତାନ ଭି ଦୁଇ।୧।

ସବୁ ଆଵଶ୍ୟକ ପୂରଣ ହୁଅଇ

ନିଅଁଟ ନୁହେଁ ତ କିଛି,

ବାପା ପାଉଥାନ୍ତି ପେନସନ ତାଙ୍କର

ଅଭାବ ନାହିଁ ଯେ କିଛି।୨।

ସରକାରୀ କାର୍ଯ୍ୟେ ନିଯୁକ୍ତିଟି ମୋର

ପତ୍ନୀ କରେ ଗୄହକାର୍ଯ୍ୟ

ମାଆ ଦେଖୁଥାନ୍ତି ଛୁଆଙ୍କୁ ଆମର

ଆନନ୍ଦରେ ହୁଏ କାର୍ଯ୍ୟ।୩।

ସମସ୍ତେ ଶିକ୍ଷିତ ଧର୍ମପରାୟଣ

ସତ୍ୟପଥଗମୀ ସର୍ବେ,

ଜନକଲ୍ୟାଣରେ ତତ୍ପର ରୁହନ୍ତି

ଆଦର କରନ୍ତି ସର୍ବୈ।୪।

ରାଷ୍ଟ୍ର ଭକ୍ତି ମଧ୍ୟ ଜଡ଼ିତ ତହିଁରେ

ଭଲ କାର୍ୟ୍ୟେ ସମର୍ଥନ,

ଦେଶର ଉନ୍ନତି କିପରି ହୋଇବ

ଦେଶ ହିତେ ସମର୍ଥନ।୫।

ଅଶାନ୍ତିର ସ୍ଥିତି ନ ଆସେ ଗୄହରେ

ଖୁସିର ସଂସାର ଏହି,

ନିଅଁଟ ଅଭାବ ନ ହୁଏ ଟି କେଭେଁ

ଛୋଟ ସଂସାରଟି ଏହି।୬।

ଛୋଟ ସଂସାର ଆଦର୍ଶ ଟି ଏହି

ଜନଜନ ଶିକ୍ଷା ଦିଏ,

ଛୋଟ ସଂସାରଟି ଚଳିବା ସମସ୍ତେ

ଖୁସିର ସନ୍ଦେଶ ଦିଏ।୭।

ଆମେ ଦୁଇ ଆଉ ଆମର ଭି ଦୁଇ

ଜୀବନେ ଆଣିବା ମନ୍ତ୍ର

ଏହି ମନ୍ତ୍ର ବଳେ ଗୄହସ୍ତରେ ଶାନ୍ତି

ଆସିବ ଜୀବନ ମନ୍ତ୍ର।୮।

ପ୍ରଭୁ ପଦେ ନିତ୍ୟେ ଭକ୍ତି ରଖିଥିବା

ଜନ ସେବା କରୁ ଥିବା,

ଦୁଃଖି ଜନଙ୍କର ଦୁଃଖର ଅଶ୍ରୁକୁ

ନିତ୍ୟେ ପଛି ଦେଉଥିବା ।୯।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract