STORYMIRROR

PRABINA KU, KHADANGA

Abstract

3  

PRABINA KU, KHADANGA

Abstract

ବୀର କଙ୍କାଳ

ବୀର କଙ୍କାଳ

1 min
188

ଉଠ ଉଠ ଆହେ ଦୁର୍ବଳ ମନା ଦେଶବାସୀ

ନାହିଁ ଆଉ ସୁଖ ନିଦ୍ରା

ସକାଳ ହେବାକୁ କିଛି କ୍ଷଣ ଅଛି ତୁମାପାଖେ

ଆସିଲାଣି ଯୁଦ୍ଧ ଡାକରା ।


ନିରବତା ତୁମର ଭାଙ୍ଗି କର କୋଳାହଳ

ଶତ୍ରୁ ମାଡ଼ି ଆସୁଛି ଝଞ୍ଜା ପରି

ଛଡେଇ ନେବା ଆଗରୁ ସର୍ବସ୍ବ ଭୂସ୍ବର୍ଗ

ମାଡିଚାଲ ସେମାନଙ୍କୁ ମୁଖ କରି ।


ଲୁଚାଇ ରଖନାହିଁ ଆଉ କ୍ରୋଧ ଜ୍ଵାଳା

ବିଦ୍ରୋହର ଅଗ୍ନି କୁଣ୍ଡକୁ

ପ୍ରଜ୍ବଳିତ କର ନିଜର ପ୍ରକାଣ୍ଡ ସାହାସ 

ସ୍ବାର୍ଥ ଭସ୍ମୀଭୂତ କରିବାକୁ ।


ଉଠ କଙ୍କାଳ ଧରି ଅସ୍ତ୍ର ସକଳ

ନାସିବାକୁ ଦେଶ ବଇରୀ

ଉତ୍କଳ ପୁଣି ଲୁଣ୍ଠିତ ନ ହେଉ 

ବ୍ୟର୍ଥ ନଯାଉ ସଂଗ୍ରାମୀଙ୍କ ବଳି ।


ଜାଗ୍ରତ ହୁଅ ଜାଗ୍ରତ ହୁଅ ଆଜି

ଆହେ ପାଇକ ପୁଅ

ଉତ୍କଳ ମାତା ଜନନୀ ଦୁଃଖିତ 

ପୋଛିବାକୁ ଆଖି ଲୁହ ।


ନିଜର ଲହୁକୁ ବୁହାଇ ଦିଅ ମାଟିରେ

ଜନ୍ମ ଲଭୁ ବିର କଙ୍କାଳ

ତୁମେ ଆମ ଗର୍ବ ତୁମେ ଗୌରବ

ଗର୍ବିତ ଉତ୍କଳବାସି ସକଳ ।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract