Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational

4  

PRABINA KU, KHADANGA

Inspirational

ଅବଶିଷ୍ଟ ଅବଶୋଷ

ଅବଶିଷ୍ଟ ଅବଶୋଷ

1 min
281


 ଜୀବନର କରାଳ ରୂପ ଦେଖି

ନିଜ ସ୍ୱାଭିମାନ ଜଳାଞ୍ଜଳି ଦିଏ

ସାଉଁଟା କିଛି ଅଭିମାନ ସବୁ

ନିଜଠାରୁ ଆପେ ଦୁରେଇଯାଏ ।


ଆଶା ଅଭିଳାଷ ଅପରିଚିତା ହୋଇ

କୋଳାହଳ ଶବ୍ଦରେ ପ୍ରକମ୍ପିତ ହୁଏ

ଆଦରି ନେଇଥିବା ଅଭିଯୋଗକୁ ନେଇ

କାଠଗଡାରେ ବିଚାର ଚାଲେ ।


ଅପୂରଣୀୟ ସମ୍ଭାବନା ଭିତରେ

ବାଳୁତ ପରି ଆନ୍ଦୋଳନ କରେ

ବୁକୁଫଟା ଚିତ୍କାର ପୁଳାଏ ନେଇ

ପୁଣି ପାଇବାର ଅଭିନୟ କରେ ।


କାହିଁ ଏକ ଆନ୍ଦୋଳନର ପ୍ରମୁଖରେ

ଜୀବନ୍ତ ଦଗ୍ଧ ହୁଏ ବିଶ୍ୱାସ 

ମରୀଚିକା ପଛେ ଧାବମାନ ଚଞ୍ଚଳତା

ହରେଇ ବସେ ନିଜ ନିଶ୍ବାସ ।


କାରଣ ଖୋଜିବା ବଦଳରେ ସହିଯାଏ

ଇଚ୍ଛା ଅନିଚ୍ଛାର ପ୍ରହେଳିକା ପାଖେ

ଯନ୍ତ୍ରଣାର ମୂଲ ଅପେକ୍ଷାରେ ହାରିଯାଏ

ସାଉଁଟି ମିଛ ଆଶ୍ୱାସନା ପଥେ ।


ପଡ଼ିରହେ ଅନେକ ଅବଶିଷ୍ଟ ଅବଶୋଷ 

ବୃଥା ପ୍ରୟାସ କୋଠରୀରେ

ବେଡି ପଡେ ଅସରନ୍ତି ଇଚ୍ଛା ଆଶା 

ଆଉ କିଛି ଖୁସି ପାଦରେ ।


Rate this content
Log in

Similar oriya poem from Inspirational