STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ଗଣିକା ବନାମ ତପସ୍ୱୀ

ଗଣିକା ବନାମ ତପସ୍ୱୀ

2 mins
12

ଆଶ୍ରମକୁ ଲାଗି ଗଣିକାର ବାସ

  ନିଜ କର୍ମେ ଥିଲେ ବ୍ୟସ୍ତ 

ତପସ୍ୟାକୁ ତେଜି ତପସ୍ୱୀ ଗଣିଲା

  କେତେ ଆସିଲେ ଗରାଖ ।୧।

ଗଣିକାର କର୍ମ ଗଣିକା କରିଲା

    କର୍ମରୁ ବିଚ୍ୟୁତ ଋଷି 

ମର୍ତ୍ୟୁ ପରେ ବେଶ୍ୟା ବୈକୁଣ୍ଠ ଲଭିଲା

   ନର୍କେ ଗଲା ଋଷି ଫସି ।୨।

ଯମପୁରେ ଯେବେ ବିଚାର ହୋଇଲା

    ଋଷି ପଚାରିଲା ପ୍ରଶ୍ନ 

ଆହେ ଯମରାଜ ଏ କି ଅବିଚାର

  ନର୍କେ କାହିଁ ହେବି ଭଷ୍ମ ।୩।

ବୋଲେ ଯମରାଜ ତପସ୍ୱିକୁ ଚାହିଁ

    କାହିଁ କଲ ଅବିଚାର

ନିଜ କର୍ମ ଛାଡି ଗରାଖ ଗଣିଲ

   ପାପେ ହେଲ ଭାଗିଦାର ।୪।

ଗଣିକାର ପାପ ତୂମକୁ ଲାଗିଲା

   ତୁମ ପାଇଁ ନର୍କ ଭୋଗ 

କର୍ମେ ନିଷ୍ଠା ରଖି ପୁଣ୍ୟବତୀ ହେଲା

   ଏହା ଗଣିକାର ଭାଗ୍ୟ ।୫।

ପାପୀ ଯିଏ ପାପ କରିବ ହିଁ ସେହି

  ଗଲାବେଳେ ସଙ୍ଗେ ନେବ 

ତା'ର ପାପ ଗଣି କାହିଁକି ବା ଆମ୍ଭେ

   ପାପ ତା କରିବା ଭୋଗ ।୬।

ସୁପଥରେ ଚାଲି ସୁକର୍ମ କରିବା

  ହୋଇ ଯେବେ ସଚେତନ

ପାପୀ ପାପ କାହିଁ ଆମକୁ ଲାଗିବ 

 ଦେବାନାହିଁ ଯଦି ଧ୍ୟାନ ।୭। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational