ମହାବିନାୟକରେ ଆମ ବଣଭୋଜି
ମହାବିନାୟକରେ ଆମ ବଣଭୋଜି
ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ଠାରେ
ମହାବିନାୟକ ପର୍ବତ ଉପରେ l
ଯହିଁ ବସିଛନ୍ତି ପ୍ରଭୁ ଅଗ୍ରପୂଜ୍ୟ
ମହାବିନାୟକ ନାମେ ଜନେ ପୂଜ୍ୟ l
ସେହିଠାରେ ହେଲା ଆମ ବନ୍ୟଭୋଜ
ସାଥି ମାନେ ମିଶି କରିଲେ ମୋଉଜ l
ଅପୂର୍ବ ସୁନ୍ଦର ହରିତ ବନାନୀ
ପକ୍ଷୀମାନେ କରୁଥିଲେ କଳଧ୍ୱନୀ l
ଭଦ୍ରକ କଲେଜ ସବୁ ପଢ଼ାସାଥୀ
ଅରୁନ୍ଧତୀ ଥିଲେ ଆମ ଦଳ ନେତ୍ରୀ l
ଆମ ପ୍ରିୟ ବନ୍ଧୁ ଭାଇ ଲକ୍ଷ୍ମୀଧର
ପୀଠର ନିକଟେ ଅଟେ ଯାଙ୍କ ଘର l
କରିଥିଲେ ମହା ମହା ଆୟୋଜନ
ମୃଦୁ ପାନ୍ୟ ସଙ୍ଗେ ସୁସ୍ଵାଦୁ ଭୋଜନ l
ସେହିଠାରେ ଆମେ ସାଥିମାନେ ମିଶି
କଲୁ କେତେ କେତେ କଉତୁକ ଖୁସି l
ବିଭୁ ଭାଇ ଆମ ବଜାଇଲେ ବଂଶୀ
କୃଷ୍ଣ ସତେ ଅବା ବୃନ୍ଦାବନୁ ଆସି l
ସେ ବଂଶୀର ତାନେ ସର୍ବେ ମାରି ତାଳି
ନାଚୁଥିଲେ ଯଥା ବୃନ୍ଦାରଣ୍ୟ ବାଳି l
ଆମ ପ୍ରିୟ ବନ୍ଧୁ ଶ୍ରୀବ୍ରଜ କିଶୋର
ବାଖାଣିଲେ କେତେ ସ୍ମୃତି ଅତୀତର l
କାଳବସେ ଭାଇ ସର୍ବେ ଯିବା ଚଳି
ଦିବଂଗତେ ଦେଲୁ ଦିବ୍ୟ ଶ୍ରଦ୍ଧାଞ୍ଜଳୀ l
ହିସାବ ରଖିଲେ ଭାଇ ଯଦୁମଣି
ଦୁଇଦିନେ ଦେବେ ସଭାରେ ବଖାଣି l
ଶ୍ରୀବିନାୟକଙ୍କ ଦିବ୍ୟ ଦରଶନ
କରି ସର୍ବ ସାଥି ହେଲୁ ଆମ୍ଭେ ଧନ୍ୟ l
ପୂର୍ବାହ୍ନରେ ଥିଲା ଚାହା ଜଳଖିଆ
ଘୁଗୁନିର ସଙ୍ଗେ ଉପମା ହାଲୁଆ l
ଦିନ ଦ୍ଵିପ୍ରହରେ ପଂକ୍ତିରେ ଭୋଜନ
ଆମିଷ ହରିତ ନାନାଦି ବ୍ୟଞ୍ଜନ l
ସରୁଭାତ ସଙ୍ଗେ କ୍ଷୀରି ଓ ପାମ୍ପଡ଼
ଦାନ୍ତ ଭାଙ୍ଗିଗଲା ଚୋବାଇ କା ହାଡ଼ l
ମୁହଁ ପଡ଼ି ଗଲା ସଭିଙ୍କର ସିଠା
ମାଙ୍କଡ଼ ଖାଇଲେ ଯେଣୁ ଆମ୍ଭ ମିଠା l
କାମଟିଏ ଦେଲେ ବନ୍ଧୁ ମାନେ ଭାବି
ମାଙ୍କଡ଼କୁ ଜଗ ହେ ଅର୍ଜୁନୀ କବି l
ଚାରିଟା ବେଳକୁ ହରିବୋଲ ଦେଇ
ସବୁ ସାଥୀ ଗଲେ ଘରକୁ ପଳାଇ l
ଏକା ବସିଥିଲେ ବନ୍ଧୁ ଲକ୍ଷ୍ମୀଧର
ଧିରେ ସୁସ୍ଥେ ଯିବେ ପାଶେ ଯେଣୁ ଘର l
ଶ୍ରେୟ ଦେବା ତାଙ୍କୁ ଭୋଜି ସଫଳତା
ବନ୍ଧୁ ମିଳନର ବାନ୍ଧବ ବାରତା l
ଆଉ ଯେତେ ବନ୍ଧୁ ଯାଇ ନ ପାରିଲେ
ଘରେ ବସି ଆମ ମଉଜ ଦେଖିଲେ l
ନମଃ ନମଃ ପ୍ରଭୁ ମହା ବିନାୟକ
ସାହା ସଦା ଥିବ ଆହେ ଗଜମୁଖ l
ଗଜମୁର୍ଖ ଗଲି ଶରଣ ତୁମ୍ଭର
ନମଃ ଜ୍ଞାନଦାତା ପ୍ରଭୁ ଲମ୍ବୋଦର l
ଏହି ଭଳି ଆମ ଆନନ୍ଦ ଚାଲିବ
ପରମାନନ୍ଦରେ ଦିନ ବିତିଯିବ l
