STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଉତ୍କଳ ର ଖେଦ

ଉତ୍କଳ ର ଖେଦ

1 min
253


ସଂସ୍କୃତି ହଜିଛି ସପନ ଭିତରେ

ସଂସ୍କାରର ସତ୍ତା ନେଇ,

ଭାଇଚାରା ଭାବ ଜଗତ ଭିତରେ

ଭାତୃ ଭାବ ହୃଦେ ନାହିଁ. ୦.

ମାଆ ଠାରୁ ଜନ୍ମି ମାଆ କୋଳେ ବଢ଼ି

ମାତୃ ମମତାକୁ ଭୁଲି,

ମାତୃଭାଷା ହୀନ କଳିଙ୍ଗ ସନ୍ତାନ

"କା" ପାଇଁ ଚାତର ଖାଲି. ୧.

ଯେଉଁ ବିଦେଶୀର କମାଣ ମୁନରେ

କେତେ ଯେ କଳିଙ୍ଗ ବୀର,

ଟଳି ପଡ଼ିଥିଲେ ଅନେକ ନିରୀହ

କାନ୍ଦିଥିଲା "ଏ" ଉତ୍କଳ. ୨.

ତତ୍କାଳ କଥାକୁ ଭୂଲି ସେ ଅଜ୍ଞାନ

ବିଜ୍ଞାନର ପାଠ ପଢ଼ି,

ଭୂଲିଗଲ ଆଜି ଉତ୍କଳ ବେଦନା

ତାହାରି କୋଳରେ ବଢ଼ି. ୩.

ବଢ଼ରେ ପଢ଼ ରେ ନାନା ଭାଷା ଜ୍ଞାନେ

ଶିକ୍ଷାର ବିକାଶ ହେଉ,

ଭ୍ରଷ୍ଟାଚାରୀ ନୋହି ଶିଷ୍ଟାଚାରେ ରହି

ସ୍ରଷ୍ଠା ଅନୁଗାମୀ ରହୁ. ୪.

ଜାଗୁରେ ହୃଦୟେ ଶାନ୍ତି ମୈତ୍ରୀ ପ୍ରୀତି

ସନ୍ମାନର ସତ୍ତା ଫେରୁ,

ଯେଉଁ ମାଟି ତୋର ଉତ୍କଳ ଜନନୀ

ତା ପାଇଁ ତୁ କାହିଁ ଭୀରୁ. ୫.

ରଖ ରେ ମହତ ନୋହି ଉନମତ

ଚେତନା ଜାଗ୍ରତ ହେଉ,

ମାତୃଭାଷା ପ୍ରୀତି ସାହିତ୍ୟ ସଂସ୍କୃତି

ସଂସ୍କାର ସ୍ଥାପତ୍ୟ ରହୁ. ୬.

ପୁରୁବ ଗୌରବେ ଜାଗରେ ସରବେ

ରହିବ ଉତ୍କଳ ଶିରୀ,

ଜଗନ୍ନାଥଙ୍କର ଆଶିଷେ ଲଭିବା ।

(ବାଜିବ)

କଳିଙ୍ଗ ବିଜୟ ତୁରୀ. ୭.

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational