STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ଝରଣା ଟିଏ ମୁଁ

ଝରଣା ଟିଏ ମୁଁ

1 min
269


ମୁଁ'ଯେ ପଥପ୍ରାନ୍ତ ନୀର୍ଝରିଣୀ ଟିଏ

ପ୍ରକୃତି ମହକେ ଝରେ,

ନିଦାଘି ବୈଶାଖି ଫେରି ଗଲାପରେ

ଶ୍ରାବଣୀର ନୟନରେ।


କେତେ ଦିନ ମୋର ଝରିବା ମହକ

ଧରା ଦେହେ ଅନୁକ୍ଷଣ,

ସୁଖେ ଗୀତ ଗାଇ ଝରଝର ନାଦେ

ମୋହିବି ପଥିକ ମନ।


କେତେବେଳେ ପୂର୍ଣ୍ଣା କେତେବେଳେ କ୍ଷୀଣା

କ୍ଷଣିକ ମୋହରି ରୂପ,

କେଉଁଠି ପ୍ରଖରା କେଉଁଠି ସ୍ଵ ଧିରା

କିଏ "

କରିନାହିଁ ଅନୁତାପ।


ପଥର ଘର୍ଷଣେ ସୂର୍ଯ୍ୟ ତାପେ କ୍ଷଣେ

ଲତା ଗୁଳ୍ମ ପୂର୍ଣ୍ଣ ବକ୍ଷା,

ତଥାପି ପଥିକ ବୁଝେ ବା ନ''ବୁଝେ

କା "ପାଶେ ନାହିଁ ମୋ କକ୍ଷା।


ଝରୁଥିବି ସୁଖେ ଝର ଯେବେ ଶୁଖେ

ମନର ଭାବନା ସାଥେ,

ତଥାପି ମୁଁ ନୁହେଁ ଝରଣାର ମାନ୍ୟେ

ପଥିକ ଫେରନ୍ତା ପଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics