STORYMIRROR

MITALI ROUT

Inspirational

3  

MITALI ROUT

Inspirational

ନାରୀ ମୁଁ ଯେ

ନାରୀ ମୁଁ ଯେ

1 min
852


ନାରୀ ମୁଁ ଯେ ରତ୍ନ ଗର୍ଭା

ସଂସାରର ପୂର୍ଣ୍ଣ ମୟି ଆଭା

ଏ ଗର୍ଭ ରୁ ଜାତ କେତେ ସୁର ବୀର

ରଖିଯାଇଛନ୍ତି ଗାଥା ଯୁଗ ଯୁଗର

ଜନନୀ, ଜାୟା, ଭଗିନୀ

ରୂପେ ହୁଏ ଦୁଇ କୂଳକୁ ହିତା

ତଥାପି ବୁଝେ ନାହିଁ

ସମାଜ ମୋ ମନର ବ୍ୟଥା

କିଏ କରେ ମତେ ରାଣି

କିଏ କରେ ପୁଣି ଚାକରାଣୀ

ଯୁଗ ଯୁଗ ରୁ ଚାଲିଛି ଏ କାହାଣି

ଜନ୍ମ ମୋର ଦେବାକୁ ଜନମ

ଧର୍ମ ମୋର କରିବା ଲାଳନ ପାଳନ

ତଥାପି ବୁଝେ ନାହିଁ ସଂସାର

ମୂଲ୍ୟ ମୋ ଜିବନର

ଗର୍ଭ ରୁ ମାରେ କିଏ

କିଏ ଏସିଡ ଢାଳି ଦିଏ

ନାରୀ ମୁଁ ଯେ ସ୍ୱୟଂସିଧା

ଆଗକୁ ଚାଲିବି ଆସୁ ଯେତେ ଅସୁବିଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational