STORYMIRROR

MITALI ROUT

Others

2  

MITALI ROUT

Others

ସାବଧାନ

ସାବଧାନ

1 min
353


ଘର ଆଜି ଘର ନୁହେଁ

ବାପା ମା ଙ୍କ ଠାରୁ ପୁଅ ଅଲଗା ରହେ

ଅଗାମି ପିଢ଼ି ଯେ ସବୁ ଦେଖୁଛି

ତେଣୁ ସାବଧାନ ହୋଇଯା ସମୟ କହୁଛି.


ସାମାଜିକ ସ୍ଥିତି ଆଜି ଦୋହଲି ଯାଇଛି

ସଂସ୍କାର ନା ରେ କୁସଂସ୍କାର ଚାଲିଛି

ଆଜିର କାହାଣି ଭବିଷ୍ୟତ ଦେଖାଉଛି

ତେଣୁ ସାବଧାନ ହୋଇଯା ସମୟ କହୁଛି.


ଦେଶ ରେ ମିଛ ରାଜନୀତି

ନେତା ଅଛନ୍ତି ନାହିଁ ତ ନୀତି

କ୍ଷମତା ପାଇଁ ଦଳ କନ୍ଦଳ

ରକ୍ତ ରୂପେ ବହୁଛି ଝାଳ

ଆଖି ଖୋଲି ହୋଇଯିବା ସାବଧାନ

ବାଛିବା ନେତା ନହୋଇ ମୂର୍ଖ ସମାନ


ପୃଥିବୀ ର କୋଟି କୋଟି ଜନତା

ମାଟି ରେ ମିଶୁଛନ୍ତି ରହୁନି ପତା

ଲହୁ ର ଲୁହ ହୋଇଛି ଶସ୍ତା

ପାପ ର ବୋଝ ରହୁଛି ବସ୍ତା ବସ୍ତା

ଏବେ ଠାରୁ ନହେଲେ ସାବଧାନ

ଆଗକୁ କର୍ପୁର ଉଡିଯାଇ ସମୟ ଟା

ପଡ଼ିଥିବ କପଡା ସମାନ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍