Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MITALI ROUT

Others

5.0  

MITALI ROUT

Others

ବିଦ୍ୟାଳୟ ସାଙ୍ଗ

ବିଦ୍ୟାଳୟ ସାଙ୍ଗ

1 min
242


ସୋସିଆଲ ମିଡ଼ିଆରେ ସାଙ୍ଗ ସହିତ

କଥା ବାର୍ତା ଚାଲିଛି

ଷ୍ଟାଟସ ଅପଡେଟ ହୋଉଛି

ଭିଡ଼ିଓ କଲ ବି କରୁଛି

ତଥାପି ଟିକେ ଫାଙ୍କା ଫାଙ୍କା ଲାଗୁଛି ।

ଆଜି କାହିଁ ବିଦ୍ୟାଳୟ ସାଙ୍ଗ କଥା

ଭାରି ମନେପଡୁଛି

ସେତେବେଳେ ନଥିଲା ତ ମୋବାଇଲ

ତଥାପି ସାଙ୍ଗ ଥିଲେ ପାଖରେ ମାରୁଥିଲି ଷ୍ଟାଇଲ ।

ମନେ ପଡେ ଆଜି ସେ ଦିନ

ବିଦ୍ୟାଳୟ ପାଠ ପଢା ଆଉ ଛୁଟି ଦିନ

ସାଙ୍ଗ ସହିତ ଖେଳ ଆଉ ଝଗଡା

ଖେଳ ସମୟର ସେ ଗଡ଼ାପଡ଼ା ।

ଆଜି ସବୁ ଯେମିତି ବଦଳି ଯାଇଛି

କଥା ଖାଲି ସ୍ମୃତି ହୋଇ ରହିଛି

ଇଣ୍ଟେର୍ନେଟ ଯୁଗରେ ସବୁ ମିଳୁଛି

ତଥାପି ଟିକେ ଫାଙ୍କା ଫାଙ୍କା ଲାଗୁଛି ।

ନାହିଁ ସେ ବିଦ୍ୟାଳୟ ନାହିଁ ସେ ସାଙ୍ଗ

ଦେଖା ଶେଖାର ମିଛ ଭାବ ରଙ୍ଗ

ମନଟା ଯେ ଖାଲି ଗୁମୁରି କାନ୍ଦୁଛି ।



Rate this content
Log in