STORYMIRROR

MITALI ROUT

Others

5.0  

MITALI ROUT

Others

ସମୟ କହୁଛି

ସମୟ କହୁଛି

1 min
216


ଚେଇଁ ଶୋଇଛି ଯେ ତାକୁ ଉଠେଇବ କିଏ

ଚାଇଁ ଚାଇଁ ଜଳକା ହବାର ଅଭିନୟ କରୁଥାଏ ସିଏ

ଧ୍ବସ୍ତ ବିଧ୍ଵସ୍ତ ପୃଥିବୀ କାନ୍ଦୁଛି

ରକ୍ତର ଲୁହ ବୋହୁଛି, ତା ପାଇଁ ଦାୟୀ କିଏ

ସେ କହୁଥାଏ ତାର ଦୋଷ

ମୁଁ ବି କହୁଥାଏ ମୁଁ ଯେ ନିର୍ଦୋଷ

ଅପରାଧର ଚରାଭୁଇଁରେ ସମସ୍ତେ ଏଠି ଖଲାସ

ଜାତି ଧର୍ମର ନାରା ବାଜୁଛି

ଯିଏ ଯାହା ପାରୁଛି ତାହା କରୁଛି

ସାନ ବଡର ସନମାନ ନାହିଁ

ଯିଏ ଯାହାକୁ କରୁଥାଏ ଟାପରା ଟାହି

ମିଛ ଦେଖା ଶେଖା କେତେ ଚାଲୁଛି

ବେଳ ଥାଉ ଥାଉ ସାବଧାନ ହୁଅ

ହାତ ଠାରି ସମୟ କହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍