Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MITALI ROUT

Others

2  

MITALI ROUT

Others

ନିଦାଘ

ନିଦାଘ

1 min
229


ଚାରି ଆଡେ ହୁରି ପଡିଛି

ପୃଥିବୀ କୁ ନିଦାଘ ଆସିଛି

ପ୍ରକୃତି କୁ ଝାଂଜି ଟା ଘେରିଛି

ଦେହ ରୁ ଝାଳ ଟପ ଟପ ବୋହୁଛି

ପୀଡିତ ଲୋକ ରଡି ଛାଡ଼ୁଛି

ନିଦାଘ ଟା ବୋଧେ ପ୍ରତିଶୋଧ ନଉଛି l


ଭୁଲ ଟା କାହାର କିଏ ଜାଣିଛି

ମଣିଷ ଟା ଚାଇଁ ଜଳକା ହଉଛି

ଆଖି ଥାଇ ଅନ୍ଧ ଆମେ

ତଣ୍ଟି ଫଟା ଚିତ୍କାର ରେ ଦିନ ଯାଉଛି

ବୃକ୍ଷ ର ଜଙ୍ଗଲ କଂକ୍ରିଟ ସହର ପାଲଟିଛି

ନିଦାଘ ଟା ସେଥିପାଇଁ ପୃଥିବୀ କୁ

ବୋଧେ ମାଡ଼ିବସିଛି l


ଜଳ କୁ ଧରିରଖେ ବୃକ୍ଷ ରାଜି

ପୃଥିବୀ ଟା ରହିଥାଏ ସବୁଜିମା ବେଶ ସାଜି

ନିଦାଘ ର କରାଳ କାଳିମା

ଲିଭାଇ ଦେଇଥାଏ ସବୁଜିମା

ମଣିଷ ଚାହିଁଲେ ସବୁ ହବ ସମାଧାନ

ନିଦାଘ ହୋଇବ ଶୀତଳ ସମାନ l


ବୃକ୍ଷ ନକାଟି ବୃକ୍ଷ ଲଗାଇବା

ଏହି ବ୍ରତ ପାଳନ କରିବା

ନିଦାଘ ଆସିବ ଯିବ

ଋତୁ ଚକ୍ର ଚାଲୁଥିବ

ପ୍ରକୃତି କୁ କରିଲେ ରକ୍ଷା

ସେ ଆମକୁ ଦେବ ସୁରକ୍ଷା.



Rate this content
Log in