STORYMIRROR

Alhadini Panigrahi dash

Inspirational

3.8  

Alhadini Panigrahi dash

Inspirational

ମୁଁ ନାରୀଟିଏ କହୁଛି( (୭)

ମୁଁ ନାରୀଟିଏ କହୁଛି( (୭)

1 min
214



ସହସ୍ର ଦୁଃଶାସନର ଅତ୍ୟାଚାର ରେ...

ମୋର ଚୀର ହରଣ ହେବା ସତ୍ତ୍ଵେ....

ଦୁଃଶା ପରିବର୍ତ୍ତେ....

ମୋ ଚାରିପଟେ ଘେରି ଯାଆନ୍ତି...

ଅନେକ ସନ୍ଦେହୀ ପ୍ରଶ୍ନିଳ ଦ୍ରୁଷ୍ଟି....

ମୋର ସତୀତ୍ଵ କୁ କେନ୍ଦ୍ର କରି...।



ରାବଣ ଦ୍ବାରା ଅପହୃତା ମୁଁ..

ଶତ ବେଦନାରେ ଦଗ୍ଧ ହେବା ସତ୍ତ୍ଵେ...

ଯୁଗେଯୁଗେ ମୋତେ ହିଁ ଅଗ୍ନି ପରିକ୍ଷା ଦେବାକୁ ପଡେ..

ସତୀତ୍ଵର ପ୍ରମାଣ ଦେବାପାଇଁ ... ।


ରାସ୍ତାକଡ ଭିକାରୀର ସାତ ସିଆଁ ଚିରା ଲୁଗା ପରି..

ବେଦନା ଓ ଅପମାନରେ ଶତଚିରା ହୃଦୟ ଟାକୁ..

ନିତି ସିଲେଇ କରେ...

ଆଶାର ଛୁଞ୍ଚିରେ...

ପୁଣି ଏକ ନୁତନ ସୂର୍ଯୋଦୟର ପ୍ରତିକ୍ଷା ରେ...।

କାରଣ ମୁଁ ନାରୀ ଟିଏ ।

କାରଣ ମୁଁ ନାରୀ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational