STORYMIRROR

Snigdha Samantaray

Inspirational Others

3  

Snigdha Samantaray

Inspirational Others

ବର୍ଣ୍ଣବୋଧ

ବର୍ଣ୍ଣବୋଧ

1 min
260


ଭକ୍ତକବିଙ୍କର ଲେଖନୀ ନିସୃତ

କୋମଳମତିଙ୍କ ପାଇଁ

ଶବ୍ଦ ,ବର୍ଣ୍ଣ,ଫଳା,ଭାଷାର ଭଣ୍ଡାର

ଅତି ପ୍ରିୟ ଅଟେ ସେହି !!


ଓଡ଼ିଆ ଭାଷାର ଶିକ୍ଷାର ସୋପାନ

ଅକ୍ଷରର ବର୍ଣ୍ଣମାଳା

ଶବ୍ଦର ସୌରଭେ ଓଡ଼ିଆ ଗର୍ବିତ

ନାନାବିଧ ଛବିକଳା !!


ସ୍ୱରବର୍ଣ୍ଣ ସହ ବ୍ୟଞ୍ଜନ ବର୍ଣ୍ଣତ

ସ୍ତବ ପ୍ରାର୍ଥନା ଜଣାଣ

ଶିଶୁଙ୍କ ଶିକ୍ଷା ନୈତିକ ଗଠନରେ

ସଦା ଦିଏ ଶୁଦ୍ଧଜ୍ଞାନ !!


ମଧୁବର୍ଣ୍ଣବୋଧ ଶିକ୍ଷା ଗନ୍ତାଘର

 ପ୍ରତି ପାହାଚେ ଜୀବନେ

ପ୍ରାରମ୍ଭରୁ ଶିକ୍ଷା ଓ ସଂସ୍କାର ଦୀକ୍ଷା

ଆଦ୍ୟପାଠ ପ୍ରତିପ୍ରାଣେ !!


ଅ ରୁ ଆରମ୍ଭ ଚନ୍ଦ୍ର ବିନ୍ଦୁରେ ଶେଷ

ଭରିଅଛି ତତ୍ତ୍ୱଜ୍ଞାନ

ତାକୁ ଆହରଣ କରି ସର୍ଵଜନ

ନିଜକୁ କର ବିଦ୍ଵାନ ।


Rate this content
Log in

Similar oriya poem from Inspirational