Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Snigdha Samantaray

Others

4  

Snigdha Samantaray

Others

କଳଙ୍କ

କଳଙ୍କ

1 min
225



ଜହ୍ନରେ କଳଙ୍କ ମନରେ କଳଙ୍କ

କୁକର୍ମେ ଅର୍ଜି କଷଣ

ମନର ଆବେଗେ ବିଷାକ୍ତ ଚିଜକୁ

ବିଚ୍ୟୁତ ପଥେ ଜୀବନ ।


କଳଙ୍କର ଟୀକା ଛୁଇଁ ଥିଲା ଦିନେ

ରାଧା ମୀରା ଦୁଇ ନାମେ

ଅନନ୍ତ ଶାଶ୍ୱତ ମହାନ ପବିତ୍ର

ମୋହନ ବଂଶୀର ପ୍ରେମେ ।


ପୁରାଣ ବର୍ଣ୍ଣିତ କୈକେୟୀ ଚରିତ୍ର

କଳଙ୍କ ନାମକୁ ବହି

ସିଂହାସନ ଲୋଭେ ମାୟାରେ ବାୟାଣୀ

କୁମନ୍ତ୍ରଣା କାର୍ଯ୍ୟ ରହି ।


ଖାକି ପୋଷାକରେ ଲାଗିଲେ କଳଙ୍କ

ଜନତା ବିଶ୍ୱାସ ତୁଟି

ସତୀତ୍ୱ ନାମରେ ରହିଛି କଳଙ୍କ

ସୀତା ଅହଲ୍ୟା ନାମଟି ।


ଅବାଞ୍ଛିତ ଗର୍ଭରୁ ଜନ୍ମିତ ଶିଶୁ

କଳଙ୍କ ରେ ପରିଚିତ

କୁମାରୀ ମାତୃତ୍ୱ ବିଶ୍ୱାସ ପଶାରେ

ଭରସାରେ ସର୍ଵଶାନ୍ତ ।


ଜଣା ଅଜଣା ସଂସାର ଜାଲମଧ୍ୟେ

ଅଭିନବ ଚିତ୍ରକଳା

ନିଶ୍ୱାସ ପ୍ରଶ୍ୱାସ ଗନ୍ତବ୍ୟ ପଥରେ

କଳଙ୍କର ଭୋଗ୍ୟ ମାଳା ।



Rate this content
Log in