ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ସହର ପ୍ରାନ୍ତରେ ଜୀବନ ଯାତନା
ସହିତ ହୁଅଇ ନାହିଁ
ଜୀବନଟା ଏକ ଜଟିଳ ଗଣିତ
ଅଚିହ୍ନା ମଣିଷ ପାଇଁ ।
ନିସଙ୍ଗ ଜୀବନ ବିଶ୍ୱାସ ଭରିଲା
ଅଜଣା ବିଦେଶୀ ବାବୁ
କାମନା ବାସନା ଥିଲା ତାର ଭରି
ଧରିଲେ ପୋଲିସ ବାବୁ ।
ସଂସାର ସାଗରେ ସବୁତ ଅଚିହ୍ନା
ଜୁଇଅଗ୍ନି ଜଳିଗଲେ
କର୍ମର ପେଡିଟି ଭସ୍ମ ହୁଏନାହିଁ
ମୋହକୁ ଜାବୁଡି ଭଲେ ।
ଅଚିହ୍ନା ମଣିଷ ଦୋଷ ଦେଖ ନାହିଁ
ନିଜ ଭୁଲ ନିଜ ପାଖେ
ନିଜର ସମ୍ପର୍କ ସ୍ୱାର୍ଥୀଟି ହୋଇଲେ
ଦୋଷ ଧରେ ନାହିଁ ମୁଖେ ।
ଅଚିହ୍ନା ବନ୍ଧୁତ୍ୱ ଋଣୀ କରିଦିଏ
ମହାନତା ଗୁଣ କୀର୍ତ୍ତି
ନୂତନ ଆଲୋକ ଜୀବନେ ଦେଖାଏ
ହୃଦୟେ ମାନଵ ଗୀତି ।
ଚିହ୍ନା ଅଚିହ୍ନାର ପରିଧି ମଧ୍ୟରେ
ଜୀବନଟା ଵିତୁଥାଇ
ଅଂହିସା ପଣରେ ସମ୍ପର୍କ ସୂତାରେ
ସାରା ଦେଶ ଭାଇ ଭାଇ ।
ଅଚିହ୍ନା ମଣିଷ ଛଳନା କରଇ
ଧୃଷ୍ଟତା ରେ ପରିପୂର୍ଣ୍ଣ
କର୍ମର ପାଣ୍ଡୁଲିପି ଅଭିଶପ୍ତ ତ
ଧିକ ଦୁର୍ଲ୍ଲଭ ଜୀବନ ।