ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା


ଲେଖା ମୋ ବିଦଗ୍ଧ ପ୍ରାଣର ପରଶ
କଳ୍ପନା ଭାବନାର ନବ ହରଷ
ବିରହ ବେଦନା ତିକ୍ତ ଅଵଶୋଷ
ମରୁ ଉଦ୍ୟାନର ତୃଷ୍ଣା ପୀୟୂଷ ।
ଲେଖା ପଛର ପ୍ରେରଣା ନୀରବତା
ମୋ ଶରୀର ଲେଖାର ଆଦ୍ୟ କବିତା
ଅନ୍ତର ତଳର କୋହର ଅଶ୍ରୁତ
ଜଟିଳରୁ ଜଟିଳ ବଡ଼ ବ୍ୟାଧିତ ।
ସେହି ଅତୀତକୁ ଧନ୍ୟବାଦ ଦିଏ
ସେହି ଦୁଃଖ ଦୁର୍ଦ୍ଦିନକୁ ସ୍ମରୁ ଥାଏ
ବାରଟା ଅପରେସନ ମନେ ପକାଏ
ଏମାନଙ୍କ ପାଇଁ ହେଲି କବିଟିଏ ।
ଲେଖା ପଛରପ୍ରେରଣା ବିବିଧତା
ସ୍ଵାଦହୀନ ବାସ୍ନାଶୂନ୍ୟ ମଳିନତା
ବହୁ ମେଡ଼ିକାଲ ନର୍କ ଯନ୍ତ୍ରଣା ତ
ଅସଲି ନକଲି ଚିହ୍ନିବା ମୁହୂର୍ତ୍ତ ।
ଲେଖା ପଛ ପ୍ରେରଣା ମୋ ଜଗନ୍ନାଥ
ସଂସ୍କାର ସଂସ୍କୃତି ପ୍ରକୃତି ର ଗାଥା
ଦିବ୍ୟ ସୂକ୍ଷ୍ମ ଚେତନାର ଅନୁଭୂତି
ସଂଘର୍ଷ ଜଞ୍ଜାଳ ତୁହା ତୁହା ତାତି ।
ଲେଖା ପଛ ପ୍ରେରଣା ଦୈନିକ ସ୍ମୃତି
ଜୀବନ ତତ୍ତ୍ୱ ସହ ଶାଶ୍ୱତ ଗୀତି
ବିଗତ ଦିନର ପ୍ରତାରଣା କୀର୍ତ୍ତି
ସରଳ ପଣର ଅସମ୍ଭବ କ୍ଷତି ।
ଲେଖାର ପ୍ରେରଣା କିଛି ଉପହାସ
ସର୍ବଦା ପ୍ରଭୁଙ୍କ ଗାଥାର ହରଷ
ଅନୁତାପ ଅନଳେ ଜ୍ୱାଳାର ସ୍ପର୍ଶ
ମାୟା ମୋହ ଓ ପ୍ରବଞ୍ଚନାର କ୍ରୁଶ ।
ଲେଖାର ପ୍ରଥମ ଅମୂଲ୍ୟ ପାହାଚ
ନୈଇସର୍ଗିକ ଚୈଇତନ୍ୟର ପ୍ରଜ୍ଞାନ
ଅସହ୍ୟ ଯାତନା ମଧ୍ୟେ ଜାଗରଣ
ଅମାଅନ୍ଧାରେ ଶବ୍ଦର ସ୍ପନ୍ଦନ ।
ଲେଖାର ପ୍ରେରଣା ଅଦୃଶ୍ୟ ଆଶିଷ
ଲେଖାର ଆତ୍ମୀୟତା ଶବ୍ଦ ପ୍ରଶଂସା
ଲେଖା ପ୍ରସ୍ପୁଟିତ ଭଗବତ ସ୍ପର୍ଶ
ଲେଖା ମତ ପାଠକଙ୍କ ହସ୍ତ ସ୍ପର୍ଶ ।
ଲେଖାର ପ୍ରେରଣା ଏ ଜୀବନ ତତ୍ତ୍ୱ
ଲେଖାର ପ୍ରେରଣା ସମାଜ ତତ୍ତ୍ୱ
ଲେଖାର ପ୍ରେରଣା ଅଚିହ୍ନାଙ୍କ ମତ
ଲେଖାର ପ୍ରେରଣା ମନଟିର ମତ ।