Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Others

3  

Snigdha Samantaray

Others

ନୀରବ ଝଡ଼

ନୀରବ ଝଡ଼

1 min
200


ଜୀବନ ଆକାଶେ ମନର ଅଧୀନ

ସମସ୍ତେ ଜୀଇଁ ଥାଆନ୍ତି

ଆକସ୍ମିକ ଝଡ଼ ପହଞ୍ଚି ଯାଏ ତ

ବାଧା ବିଘ୍ନରେ ପଡ଼ନ୍ତି ।

ପ୍ରକାଶମୟ ଜୀବନ ପ୍ରବାହିତ

ପ୍ରଭୁଙ୍କ ଆଶିଷ ପାଇଁ

ବିନା ସଙ୍କେତରେ ନିରବ ଝଡଟି

ସବୁ ଉଜାଡ଼ି ଦିଅଇ ।

ଘୂର୍ଣ୍ଣିବାତ୍ୟା ହେଉ ବା କାଳବୈଶାଖୀ

ଗରୀବଟି ଦୁଃଖ ପାଏ

କାହାର ଜୀବନ ବିପର୍ଯ୍ୟସ୍ତ କରେ

ଗୃହ ଶୂନ୍ୟ ହୋଇଯାଏ ।

ବିଶ୍ୱାସ ରଜ୍ଜୁରେ ପତି ପତ୍ନୀ ସାଥୀ

ମୁଦ୍ରାର ଦୁଇଟି ପାର୍ଶ୍ୱ

ସନ୍ଦେହ ଭୂତାଣୁ ବସାଟି ବାନ୍ଧିଲେ

ସମ୍ପର୍କରେ ଝଡ଼ ସ୍ପର୍ଶ ।

ରାଜପଥ ବା ଆକାଶ ଜଳ ପଥେ

ଦିଗ ନିର୍ଣ୍ଣୟ ନହୁଏ

କିଛି ଜାଣିବା ଆଗରୁ ଜୀବନଟି

ନିରବ ମୃତ୍ୟୁରେ ଶୁଏ ।

କେବେ କାହା ସଂସାରେ ଦୁର୍ଘଟଣା

ସତର୍କ ଥାଇ ବି ଆସେ

ବିକୃତ ରୂପର କରାଳ ଛାୟାରେ

ସତ୍ୟର କାଳଟି ହସେ ।

ଅବିଶ୍ରାନ୍ତ ପଥ ଅସରନ୍ତି ଦୁଃଖ

ଝଡ଼ଟି ଅମା ଅନ୍ଧାର

ସୀମାନ୍ତରେ ସୈନିକ ଚିର ଜାଗ୍ରତ

ଝଡ଼ ଯୁଦ୍ଧରେ ଶିକାର ।

କର୍ମ ଅନୁସାରେ ମିଳିଥାଏ ଫଳ

ଭୁଜନ୍ତି ସକଳ ଜନ

କାହା ଭାଗ୍ୟେ କେଉଁ ଝଡେ ସମ୍ମୁଖୀନ

ଯାହା କପାଳ ଲିଖନ ।

ଆତ୍ମ ସ୍ୱାର୍ଥ ପାଇଁ ଯେତେ କର୍ମ କର

ଅନ୍ତିମେ ଲଭିବ ଦୁଃଖ

ନିତ୍ୟ କର୍ମେ ସମର୍ପଣ ଭାଵ ଥିଲେ

ଝଡ଼ରେ ଥିବ ହିଁ ସୁଖ ।



Rate this content
Log in