Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Others

4  

Snigdha Samantaray

Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
178



ସଂସାର ମଞ୍ଚରେ ସୁନ୍ଦର ରଥଟି

ପ୍ରଭୁ ତାହାର ସାରଥୀ

ସକଳ ବିପତ୍ତି ଯାଏତ ଦୂରେଇ

ସମର୍ପଣର ନିଷ୍ପତ୍ତି ।


ଗୃହର ମୁରବୀ ପିତା ଯେ ଅଟନ୍ତି

ଅଖଣ୍ଡ ତାଙ୍କ ନିଷ୍ପତ୍ତି

ସଂସାର ସମସ୍ୟା ମାତା ପଣତ ରେ

ମମତା ସମ୍ଭାର ପ୍ରୀତି ।


ନିଜର ଦକ୍ଷତା ଜ୍ଞାନ ବୁଦ୍ଧି ବଳେ

ସଠିକ ଶେଷ ନିଷ୍ପତ୍ତି

ଅହଙ୍କାରୀ ବାହୁ ବଳୟ ମାଧ୍ୟମେ

କର୍ମରେ ନାହିଁତ ଶାନ୍ତି ।


ବିବେକ ବିବେଚନା ଶୁଦ୍ଧତା ଥିଲେ

ପୁଲକିତ ଏ ଜୀବନ

ଦୂରଦୃଷ୍ଟି ରଖି କାର୍ଯ୍ୟଟି କରିଲେ

ଉତ୍ତମ ନିଷ୍ପତ୍ତି ଜାଣ ।


ଶେଷ ନିଷ୍ପତ୍ତି ନ୍ୟାୟାଳୟ ଜଣାଏ

ସାକ୍ଷୀର ବଚନ ଦ୍ବାରା

ପ୍ରମାଣ ପତ୍ର ସଠିକ ରେ ପ୍ରଦାନ

ଏଇତ ବିଚାର ଧାରା ।


ପ୍ରାପ୍ତି ଅପ୍ରାପ୍ତି ଜୀବନର ମୂର୍ଚ୍ଛନା

ଅଭିଯୋଗ ହୃଦୟରେ

ବାସ୍ତବତାକୁ ହୃଦୟଙ୍ଗମ କଲେ

ନିଷ୍ପତ୍ତି ଦେବା ସଂସାରେ ।


ଜିତିବା ହାରିବା ରହିଛି ଜୀବନେ

ସୁଖ ଦୁଃଖ ଦୁଇ ଭାଇ

ମାନ ଅପମାନ ନିଷ୍ପତ୍ତି ଦୁଆରେ

ମଣିଷତ ଭୋଗୁଥାଇ ।


ସତ୍ୟବିନା ଶେଷ ନିଷ୍ପତ୍ତି ଦିଅନି

ଲଭିବ ହୃଦୟେ ପୀଡା

ନ୍ୟାୟ ପଥ ହୁଡ଼ି ଅନ୍ୟାୟେ ଗଲେ

ଅନ୍ତିମରେ ନର୍କ କୀଡା ।


କର୍ମନୁସାରେ ମିଳି ଥାଏତ ଦଣ୍ଡ

ବେଳୁ ହିଁ ସାବଧାନ

ଶେଷ ନିଷ୍ପତ୍ତିର ମାନେ ନାହିଁ କିଛି

ସୁକର୍ମରେ ଭଗବାନ ।


ଧର୍ଯ୍ୟ ବିଶ୍ୱାସେ କର୍ତ୍ତବ୍ୟ ଅନୁରାଗେ

ନିଷ୍ପତ୍ତିର ସଫଳତା

ମୁଁକାର ପଣରେ ଶେଷ ନିଷ୍ପତ୍ତିଟି

ଜୀଇଁବା ଅସଫଳତା ।



Rate this content
Log in