ସଫଳତା
ସଫଳତା


ପ୍ରକୃତି କୋଳରେ ସ୍ରଷ୍ଟାଙ୍କ ନିର୍ଦ୍ଦେଶେ
କର୍ମନୁସାରେ ଜନମ
କୌଣସି କାମରେ ସନ୍ତୋଷତା ଥିଲେ
କାର୍ଯ୍ୟହୁଏ ପରିପୂର୍ଣ୍ଣ ।
ଭୌତିକ ସଂସାରେ ନିଡଟିଏ ଥିଲେ
ଦୁଃଖ ସୁଖ ନଦୀ ଧାର
କର୍ମ ସହ ନାମ ନୌକା ଦୃଢ଼ ଥିଲେ
ସଫଳତା ନାମ ତାର ।
ସୁଚିନ୍ତା ତପାସ୍ୟ ସାଧନା ଫଳରେ
ଜୀବନ ବୃକ୍ଷଟି ହସେ
ନିଶ୍ୱାସ ବିଶ୍ୱାସେ ଶରଧା ରହିଲେ
ଜିତିବା ପାହାଚେ ବସେ।
ସଫଳତା ମିଳେ ଏପରି ମଣିଷ
ସମାୟାନୁବର୍ତ୍ତି ଥାଏ
ଗୁରୁଜନଙ୍କ ଆଶୀର୍ବାଦ ମିଳିଲେ
କାର୍ଯ୍ୟପୂର୍ଣ୍ଣ ହୋଇଥାଏ ।
ଜୀବନ ମୁଣିରେ ମଧୁର ସମ୍ପର୍କ
ଯଶ କୀର୍ତ୍ତି ଭରି ଦିଏ
କାର୍ଯ୍ୟର ଦକ୍ଷତା ଶୁଦ୍ଧତା ପଣରେ
ସଫଳ ସିଢ଼ି ଚଢାଏ ।
ସଂସାର ଭୁବନେ ଜୀବନ ପାହାଚେ
ଜଞ୍ଜାଳ ଦୁର୍ଦ୍ଦଶା ଅଛି
ସଭିଙ୍କ ମନକୁ ଆନନ୍ଦ ଦେବାରେ
ହାର ଜିତି ଲାଗି ଅଛି ।
ସଫଳ ବିଫଳ ମୁଦ୍ରା ଦୁଇ ପାର୍ଶ୍ୱ
ସଭିଙ୍କ ଭାଗ୍ୟରେ ଆସେ
ମନ ପ୍ରକୃତିକୁ ସଂକଳ୍ପେ ବାନ୍ଧିଲେ
ଜିତିବା ଆସନେ ବସେ।
ଆଶା ନିରାଶାର ମିଶାଣ ଫେଡ଼ାଣ
ମିଛ ସତ ରଙ୍ଗ ମାଖି
ଜୀବନଟା କଣ୍ଟକିତ ଅଗ୍ନିପଥ
ଅଶାନ୍ତର ବୈଶାଖୀ ।
ବିନା ପରିଶ୍ରମେ ସଫଳତା ନାହିଁ
ମଣିଷ ବା ପଶୁ ହେଉ
ଜୀଇଁବା ଭିତରେ ସଫଳତା ଅଛି
ଭାଵ କର୍ମେ ମହାବାହୁ ।
ସୁଖରେ ଥିଲେତ ଦୁଃଖର ସ୍ୱାଦକୁ
ଜ୍ଞାତ ହେବନି ଜୀବନେ
ଦୁଃଖର ସ୍ୱାଦତ ଶିକ୍ଷା ଦେଇଥାଏ
ଉଦିତ ରବି ଯେସନେ ।
ଜୀବନ ଚର୍ଯ୍ୟା ଶୃଙ୍ଖଳିତ ରହିଲେ
କେବଳ ହିଁ ସଫଳତା
ଧ୍ୟାନ ଜ୍ଞାନ ଯୋଗ ବିଦ୍ୟା ବିତରଣେ
ମଣିଷ ଶ୍ରେଷ୍ଠ ଜୀଵତ ।
ଅଧୁନା ଯୁଗରେ ସମାଜର ସ୍ଥିତି
ବିଜ୍ଞାନ ହାର ମାନୁଛି
ଗର୍ଵ ଅଭିମାନ ରଖ ନାହିଁ ମନେ
ସଫଳରେ କଷ୍ଟ ଅଛି ।