The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Renuka Samal

Inspirational

3  

Renuka Samal

Inspirational

ଅନୁତାପ

ଅନୁତାପ

1 min
312


ଅନୁତାପି ସିନା ଅନୁଭବ କରେ

ଅନ୍ୟେ ନ ବୁଝନ୍ତି କଷ୍ଟ,

ବଳକା ଜୀବନ ବଞ୍ଚିବା ପାଇଁ କି

କେବେ ପଥ ହୁଏ ନାହିଁ ଭ୍ରଷ୍ଟ ।


ସୁଖ ଭୋଗିବାକୁ ଜୀବନ ରାସ୍ତାରେ

ଦେଉ ପରେ ଦୁଃଖ ଲଦି,

ସେ ଦୁଃଖରେ ଦୁଃଖି ଅରକ୍ଷିତ ହୋଇ

ଯନ୍ତ୍ରଣାରେ ହୁଏ ରଦି ।


ଦୁଃଖ ଓ ଯନ୍ତ୍ରଣା ନ ଦିଅ କାହାରେ

ନକର କାହାରେ ଦୁଃଖି,

ଯଦିବା ଦେଇଛ, ଅନୁତାପେ ଜଳ

ହୃଦୟେ ସେ ଭାବ ରଖି।


ଅନୁତାପ ପରେ ନ ଆସେ ମନରେ

ପର ଅମଙ୍ଗଳ ଚିନ୍ତା

ବିରାଟ ସଂସାରେ ହଜି ସେ ଭିତରେ

କାଢେ ସେ ମୁକ୍ତିର ରାସ୍ତା।


ଅନୁତାପେ ହୁଏ ମଙ୍ଗଳ ମୂରତି

ପର ନିଜ ନାହିଁ ଭେଦ,

ଯେ ଯାଏ ମନରେ ଏ ଭାବ ନ ଜନ୍ମେ

ମନେ ପାଏ ସଦା ଖେଦ।

ପରର ଦୁଃଖକୁ ମଣି ନିଜ ଦୁଃଖ

ଅନୁତାପ କର ମନେ,

ତୋର ଦିବ୍ୟ ଜ୍ଞାନେ ଫେଡିତା ଆରତ

ଉଦ୍ଧାର ସଂସାର ବନେ।


   



Rate this content
Log in

More oriya poem from Renuka Samal

Similar oriya poem from Inspirational