STORYMIRROR

Renuka Samal

Inspirational

3  

Renuka Samal

Inspirational

ମହା ନାୟକ

ମହା ନାୟକ

1 min
211

ବିଶ୍ୱ ଆଗେ ଉଭା ତୁମେ ହେଲ

ହେ ମହା ନାୟକ

ତୁମ ଅହିଂସା ବଳରେ ଦେଶୁ 

ଗଲେ ଗୋରା ଲୋକ।


ଏତେ ବଡ଼ ଅଧିକାରୀ ଥିଲ

ନ ଥିଲା ତ ଗର୍ବ,

ସାରା ବିଶ୍ବେ ଆଜି ଦେଖ

ହି୍ଂସାର ତାଣ୍ଡବ।


ସରଳ ଜୀବନ ଆଉ ହାତେ

ଧରି ଖଣ୍ଡେ ବାଡି,

କି ମନ୍ତ୍ର କରିଲ ତୁମେ ଏଠୁ

ଗୋରା ଗଲେ ବାହୁଡ଼ି।


ଶିକ୍ଷା ଦେଲ ସାରା ବିଶ୍ବଏ

ଶାନ୍ତି ପ୍ରିୟ ହୁଅ,

କିଏ ଗାଲେ ମାରେ ଯଦି

ଆର, ଗାଲକୁ ଦେଖାଅ।


ତୁମେ ଜାତିର ପିତା ହୋଇ 

ପାଉଅଛ ପୂଜା,

ଏବେ କିନ୍ତୁ ନେତାଏ ଯେ

କର୍ମ ଲାଗି, ପାଆନ୍ତି ସେ ସଜା।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational