STORYMIRROR

Renuka Samal

Inspirational

3  

Renuka Samal

Inspirational

ବରଦାୟିନୀ ମାଆ

ବରଦାୟିନୀ ମାଆ

1 min
187


 

ମା ଶାରଳାଙ୍କୁ ସୁମରଣା କରେ

କଣ୍ଠେ ବସି କର ଖେଳା

ସାହିତ୍ୟ ସାଗରେ ଅବୋଧ ଶିଶୁ ମୁଁ

କୂଳରେ ଲଗାଇ ଭେଳା।

ତୁମରି ଆଶିଷେ ସିଦ୍ଧେଶ୍ୱର ଯେବେ

ଲେଖି ଅରଜିଲା ନାମ,

କୁହ ଆଜି ମା କେଉଁ ଦୋଷେ ମୋର

କର୍ମରେ ହୋଇଲ ବାମ।

ତୁମେ ପରା ମା ସଂସାରଟା ସାରା

ରଖିଛ ଘୋଡାଇ ଘଣ୍ଟ,

ଦୁଃଖ ଏଡି ଦେଇ ସୁଖ ଦେବା ପାଇଁ

ମୋ ପାଇଁ କିଆଁ ଏ କଣ୍ଟ।

ସନ୍ତାନର ଦୁଃଖ ଶୁଭେନି କି ମା

ଭୋଗୁଛି ଯାତନା ଅତି

ଭରି ଦିଅ ହୃଦେ ତୁମ ସ୍ନେହାଶୀଷ

ଝରୁ ଲିଖନୀରୁ ଗୀତି

ମା ବୋଲି ତୋତେ ଡାକିଦେଲେ ଥରେ

ମନେ ମୋ ଜାଗଇ ଶକ୍ତି,

ସେହି ଶକ୍ତି ବଳେ ଟଳଇ ବିପତ୍ତି

ମନେ ଭର ଦୃଢ ଭକ୍ତି।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational