ବରଦାୟିନୀ ମାଆ
ବରଦାୟିନୀ ମାଆ
ମା ଶାରଳାଙ୍କୁ ସୁମରଣା କରେ
କଣ୍ଠେ ବସି କର ଖେଳା
ସାହିତ୍ୟ ସାଗରେ ଅବୋଧ ଶିଶୁ ମୁଁ
କୂଳରେ ଲଗାଇ ଭେଳା।
ତୁମରି ଆଶିଷେ ସିଦ୍ଧେଶ୍ୱର ଯେବେ
ଲେଖି ଅରଜିଲା ନାମ,
କୁହ ଆଜି ମା କେଉଁ ଦୋଷେ ମୋର
କର୍ମରେ ହୋଇଲ ବାମ।
ତୁମେ ପରା ମା ସଂସାରଟା ସାରା
ରଖିଛ ଘୋଡାଇ ଘଣ୍ଟ,
ଦୁଃଖ ଏଡି ଦେଇ ସୁଖ ଦେବା ପାଇଁ
ମୋ ପାଇଁ କିଆଁ ଏ କଣ୍ଟ।
ସନ୍ତାନର ଦୁଃଖ ଶୁଭେନି କି ମା
ଭୋଗୁଛି ଯାତନା ଅତି
ଭରି ଦିଅ ହୃଦେ ତୁମ ସ୍ନେହାଶୀଷ
ଝରୁ ଲିଖନୀରୁ ଗୀତି
ମା ବୋଲି ତୋତେ ଡାକିଦେଲେ ଥରେ
ମନେ ମୋ ଜାଗଇ ଶକ୍ତି,
ସେହି ଶକ୍ତି ବଳେ ଟଳଇ ବିପତ୍ତି
ମନେ ଭର ଦୃଢ ଭକ୍ତି।