STORYMIRROR

Renuka Samal

Inspirational Others

2  

Renuka Samal

Inspirational Others

ମାଟି ନୁହେଁ "ମା"

ମାଟି ନୁହେଁ "ମା"

1 min
110

ଏଇ ମାଟି ମା ଦେଇଛି ଆହ୍ୱାନ

ସ୍ୱର୍ଗରୁ ସାଗର ଯାଏ,

ସୃଷ୍ଟି କରିଛି ସୈ।ନ୍ଦର୍ଯ୍ୟ ଭଣ୍ଡାର

ଦୁଃଖ ଉପଶମ ପାଏ। 

ବନେ ଉପବନେ କୁସୁମ ସଂମ୍ଭାରେ

ପତ୍ର ଗହଳରେ ଫଳ,

କଳ କଳ ନାଦି ଝରଣା ଖଞ୍ଜିଛି

କାଚ କେନ୍ଦୁ ଯାର ଜଳ।

ଶସ୍ୟ ଶ୍ୟାମଳା କରିଛି ଧରଣୀ

ପାହାଡ଼ ଟେକିଛି ମଥା,

ଖଣି ରେ ଖଣିଜ ସଜାଇ ରଖିଛି

ଜାଣି ଆମ ମନ କଥା।

ସବୁଜ ପ୍ରାନ୍ତରେ ସପନର ଢେଉ

ସାଧବାଣୀ ବୋହୂ କିଣେ,

ତପନ କିରଣେ କାକରର ଝରା

ହିରାର ଭ୍ରମକି ଆଣେ।

ନଦୀର ପଠାକୁ ସଜାଇ ଦେଇଛି

କାଶର ସଂମ୍ଭାରେ ଅତି,

ମୋ ଚିତକୁ ହରି ପ୍ରଫୁଲ୍ଲ ରଖିଛି

ହୃଦୟ ରୁ ଝରେ ଗୀତି।

ଧାରଣ କରିଛି ଜୀବନ ରଖିଛି

କଷ୍ଟେ ହୋଇନାହିଁ ବଣା,

ଏ କଥାକୁ ବୁଝି ନ ପାରୁଛି ଯିଏ

ସିଏ କି ବା ଲୋକେ ଗଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational