STORYMIRROR

Renuka Samal

Inspirational

3  

Renuka Samal

Inspirational

ମା

ମା

1 min
237


 

ମା ମୋର ତୁ    ସାହା ହୋଇଥିବୁ

ଜୀବନର ପ୍ରତିକ୍ଷଣେ,

ତୋ ବିନୁ ସଂସାରେ 

ନାହିଁ ଆନ ମୋର  

ଉଦ୍ଧାରିବାକୁ ଏ ବଣେ।

ପାଦ ତଳେ ତୋର 

ସ୍ଥାନ ଦେବୁ ମୋତେ

ଦିବା ନିଶି ତୁଣ୍ଡ ଜପୁ

ସମୟର ହାଟେ   ନକରିବ ହଟ

ଘାରୁଛନ୍ତି ଷଢ ଋପୁ।

ରଚି ମରୀଚିକା    ମାୟାର ବଳୟ

ମନ କର ଆନମନା

କରି ତୁ ପଥର   ହୃଦୟ ମୋ ସ୍ଥିର

ଦେଏତୁ ଆଶିଷ କଣା।

ସାରା ସଂସାର ରେ  ବାଜଣା ବାଜୁଛି

ରଟେ ତୋର ନାମେ ଜୟ

ଆଶ୍ରୀ ତୋର ପାଦେ ବାଢୁଛି ପ୍ରଣତି

ନକରିବ ମୋତେ ହେୟ।

କର ଦୀନ ହୀନ  ନାହିଁ ମୋ ଆପତ୍ତି

ଦିଅ, ସଂସାରରେ ଶାନ୍ତି ଢ଼ାଳି

ତୁମ ସେ କରୁଣା   ନ କରିବ ଉଣା

ଯନ୍ତ୍ରଣା ଜୁଇରେ ଜାଳି।

ହୃଦୟ ଟା ମୋର  ପୁରୁ ତୁମ ନାମେ

ଦିବା ରାତ୍ରୀର ଅହର୍ନିଶ

ଘୋଡାଇ ପଣତ  ରଖିବୁ ମା ଟେକ

ମନ କରି ମୋର ବଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational