ଆପେ ବଞ୍ଚିଲେ ବାପର ନାଆ
ଆପେ ବଞ୍ଚିଲେ ବାପର ନାଆ
ଭାବ ଅଭାବର ଜୀବନ ଭିତରେ,
ଖୋଜୁ ଖୋଜୁ ପାଇଯାଏ କିଛି,
ପୁଣି ଭାଗ୍ୟଚକ୍ର ଘୁରୁ ଘୁରୁ,
କେବେ କେବେ ହୁଏ ଘାଣ୍ଟି ।
ଠିକ୍ ଦୁଃଖ ସମୟ ଆସିଲେ,
ମନେ ପଡେ ଆତ୍ମୀୟ ସ୍ୱଜନ,
ବାକି ସମୟେ ଯାହା ହଉ,
କିଏ କରୁଛି ଆଦର ସମ୍ମାନ।
ଦିନ ଥିଲା ଖୁସି ହୋଇ,
ଲୋକେ କରୁଥିଲେ ଅତିଥି ସତ୍କାର,
ଏବେ ସତ୍କାର ତ ଦୂର,
ଚୌହଦିରୁ ଅତିଥି କାହିଁ ଆସିଲ ।
ପରିବର୍ତ୍ତିତ ସମାଜର ନିଚ୍ଛକ ଚିତ୍ର,
ବାପା-ମାଙ୍କୁ ପ୍ରତିଦିନ କରି ତିରସ୍କାର,
ବାର୍ଦ୍ଧକ୍ୟ ସମୟେ ଅପାରଗତା ହେଲେ,
ଲୋଡିବେ ପୁତ୍ର-ବଧୁଠୁ ମିଳୁ ସୁଖ ।
କି ବିଚିତ୍ର ଏ ମାୟାସଂସାର,
ସ୍ବ-ସ୍ୱାର୍ଥରେ ଆଜି ସବୁ ଅନ୍ଧ,
ଆପେ ବଞ୍ଚିଲେ ବାପର ନାଆ,
ଏହି ଉକ୍ତିକୁ କରୁଛନ୍ତି ସତ୍ୟ ।