STORYMIRROR

Tulsi Charan Dash

Inspirational

4  

Tulsi Charan Dash

Inspirational

ଯମଙ୍କ ସୂଚନା

ଯମଙ୍କ ସୂଚନା

1 min
176

ବଣିକଟିଏ ତପସ୍ୟା କଲେ,

            ଯମଙ୍କୁ ପାଇବା ପାଇଁ

ସନ୍ତୁଷ୍ଟ ହୋଇଲେ ସ୍ବୟଂ ଯମରାଜ

          ଉପସ୍ଥିତ ହେଲେ ଯାଇ


ପଚାରିଲେ କ'ଣ ବର ମାଗୁଅଛୁ,

           ସନ୍ତୁଷ୍ଟ ମୁଁ ତପସ୍ୟାରେ

ବଣିକ କହିଲେ ମୃତ୍ୟୁ ଧୃବ ସତ୍ୟ,

           ଜାଣିଛି ଏ ସଂସାରରେ


ହେଲେ ପ୍ରଭୁ ମତେ ଏହି ବର ଦିଅ,

           ମୃତ୍ୟୁର ସୂଚନା ଦେବ

ସୂଚନା ପାଇଲେ ଆଗତୁରା ମୋର,

           ସାରିଦେବି କର୍ମ ସର୍ବ


ତଥାସ୍ତୁ କହିଣ ଯମରାଜ ସେଠୁ,

           ଚାଲିଗଲେ ନିଜ ପୁର

ବଣିକ ରହିଲା ନିଶ୍ଚିନ୍ତରେ ଘରେ,

            ଆଉ ନାହିଁ ଯମ ଡର


ଏଥୁଅନ୍ତେ କିଛି କାଳ ବିତିଗଲା,

             ଆସିଲା ବୃଦ୍ଧ ଅବସ୍ଥା

ଯମଦୂତ ମାନେ ହେଲେ ଉପସ୍ଥିତ,

          ନେବାକୁ କଲେ ବ୍ୟବସ୍ଥା


ବଣିକ ଡାକିଲା ଆହେ ଯମରାଜ,

           କଥା ଦେଇଥିଲ ତୁମେ

ସୂଚନା ନ ଦେଇ ନେଉଛନ୍ତି ମତେ,

            ଆସିଛନ୍ତି ଅକାରଣେ


ଚୁଟି ପାଚିଗଲା ଦାନ୍ତ ଝଡିଗଲା,

            ଆଖିକୁ ଦିଶିଲା ନାହିଁ

ଆଉ କ'ଣ ତତେ ସୂଚନା ଦିଅନ୍ତି,

             ଜାଣିପାରିଲୁନି ତୁହିଁ


କାନକୁ ଶୁଭିଲା ନାହିଁ ବୋଲି ତୁହିଁ, 

            ଲଗାଇଲୁ କର୍ଣଯନ୍ତ୍ର

ସୂଚନା ଦେଇନି ବୋଲି ମୁହିଁ ତତେ,

          କିଏ ଦେଲା ଏହି ମନ୍ତ୍ର


ହୃଦଘାତ ମଧ୍ୟ ହୋଇଅଛି ତୋର,

          ମନେପକା କେତେଥର

ଡାକ୍ତରଙ୍କ ଦ୍ୱାରା ହୃଦୟର ତୋର,

            କରିଛୁ ଅସ୍ତ୍ରୋପଚାର


ଯମ କହିଲେ ମୁଁ ସୂଚନା ଦେଇଛି,

          କିଛି ନାହିଁ ଦୋଷ ମୋର

ଦୂତ ମୁ ପେଷିଛି ନେଇଯିବେ ତୋତେ,

           ବେଳ ହେଲାଣି ଉଛୁର

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational