Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀହରି କୀର୍ତ୍ତନ

ଶ୍ରୀହରି କୀର୍ତ୍ତନ

2 mins
409


ଜୟ ଶ୍ରୀରାଧେ ଗୋବିନ୍ଦ ଜୟ ବନମାଳୀ l 

ଜୟ ରାଧାରାଣୀ ଜୟ ଗୋପର ଗୁଆଳୀ ll

ନମଃ ନମଃ ବାସୁଦେବ ଦେବକୀ ନନ୍ଦନ l

ନମଃ ନମଃ ବୃନ୍ଦାବନ ନମଃ ଗୋବର୍ଦ୍ଧନ ll

ନମଃ ଶ୍ରୀନନ୍ଦ ନନ୍ଦନେ ଯଶୋଦା ଜୀବନ l

ଶ୍ରୀଗୋପାଳ ଚୁଡ଼ାମଣି ରାଧିକା ମୋହନ ll

ନମଃ ଶ୍ରୀଗୋପିକାକାନ୍ତ ଗୋକୁଳର ଚନ୍ଦ୍ର l

ଗୋବିନ୍ଦ ନାମ ରଖିଲେ ଦେବରାଜ ଇନ୍ଦ୍ର ll

ନମଃ ନମଃ କୃଷ୍ଣ ଚନ୍ଦ୍ର ନମଃ ଗିରି ଧାରୀ l

ଗୋକୁଳ ରଖିଲ ଟେକି ଗୋବର୍ଦ୍ଧନ ଗିରି ll 

ପିତାମ୍ବରେ କାଛ ନମୋ ନମଃ ପିତାମ୍ବର l

ନମଃ ମଦନମୋହନ ନମଃ ଦାମୋଦର ll

ବୈକୁଣ୍ଠ ବିହାରୀ ନମଃ ନମଃ ନାରାୟଣ l

ନମଃ ସନାତନ ବିଷ୍ନୋ ଶ୍ରୀବତ୍ସଲାଂଛନ ll

ପୁତ୍ର ନାମେ, ଅଜାମିଳ ପାପୀ ଗଲା ତରି l

ନମଃ ଶ୍ରୀକୃଷ୍ଣ ମାଧବ କେଶବ ମୁରାରୀ ll

ହରିନାମେ ଖଣ୍ଡିଯାଇ ପାପମାନ ଯେତେ l

ପାପୀ ନକରିପାରଇ ପାପ କାହିଁ ତେତେ ll

ଧରଣୀ ଭାର ନାଶିଲ ନମସ୍ତେ କଂସାରୀ l

ନମଃ କେଶି ନିସୂଦନ ମଧୁ କୈଟଭାରୀ ll

ଗୋପିଙ୍କୁ ଅନାଥକଲ ନାମ ଗୋପୀନାଥ l

ନମୋନମଃ ହୃଷୀକେଶ ଜୟ ଜଗନ୍ନାଥ ll

ଭାରତ ଯୁଦ୍ଧରେ ନମଃ ହେ ପାର୍ଥସାରଥୀ l

ଗୀତା ଶୁଣାଇଲ ନମଃ ନମଃ ମହାରଥୀ ll

ପାଞ୍ଚାଳନନ୍ଦିନୀ ଡାକେ ଆହେ ଆର୍ତ୍ତତ୍ରାଣ l

ନମଃ ବାସୁଦେବ ହରେ ! ହରିଲ କଷଣ ll

ନମଃ ନମଃ ନମଃ ପ୍ରଭୁ ଯାମଳା ଭଞ୍ଜନ l

ସୁଦାମା ଦାରିଦ୍ର୍ୟ ଭଞ୍ଜା କାଳୀୟଗଞ୍ଜନ ll

ନମସ୍ତେ ଯମୁନା ମାତ କୃଷ୍ଣ ମନୋହାରୀ l

ଯମୁନାତୀରେ ବାଜଇ ଶ୍ରୀକୃଷ୍ଣ ବାଂଶରି ll

ନମଃ ଗୋପୀକା ବଲ୍ଲଭ ଶ୍ରୀଆନନ୍ଦକନ୍ଦ l

ଶ୍ରୀହରି କୀର୍ତ୍ତନ କରେ, ଅପରାଧୀ ମନ୍ଦ ll

          


Rate this content
Log in