STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ବୀର ଜଗୁ ଦିୱାନ

ବୀର ଜଗୁ ଦିୱାନ

2 mins
16


ସିଂହଭୂମି ର ସିଏ ସିଂହ ସନ୍ତାନ

ବୁଦ୍ଧି ରେ ସିଏ ଭାରି ଚତୁର, ବିଚକ୍ଷଣ, 

ଇଂରେଜ ବିରୁଦ୍ଧେ ବିଦ୍ରୋହ ପାଇଁ ଦେଇ ଆହ୍ବାନ

ଗାଁ ରୁ ଗାଁ ବୁଲି କରିଲା ସଂଗଠନ। (୧) 

କଥାରେ ତାର ମାତି

ଓଡିଆ, କୋଲ୍ହ ଉଠିଲେ ତାତି, 

ହାତରେ ଧରି ଖଣ୍ଡା, କାତି

ଫୁଲାଇ ଦେଇ ଛାତି। (୨) 

ଦେହରେ ଭରି ସିଂହର ବଳ

ମୁକତି ପାଇଁ ହୋଇ ପାଗଳ, 

ନେଲେ ଶପଥ କେରା ମାତାଙ୍କ ପୟର ତଳେ

ହଟାଇ ଦେବାକୁ ବିଦେଶୀ ବଳ। (୩) 

ଆଖଡା ଶାଳେ କରି ଯୁଦ୍ଧାଭ୍ଯାସ

ସିଂହ ସନ୍ତାନ ଦେଲେ ରେ ସିଂହ ରଡି , 

ଶାଣିତ କଲେ ତରବାରୀ

ସେନାବାହିନୀ ଗଢ଼ି। (୪) 

ପ୍ରଜାଙ୍କ ସମରାଭ୍ଯାସ ଦେଖି

ରାଜା ଅର୍ଜୁନ ହେଲେ ପ୍ରସନ୍ନ, 

ନିଜ ଦିୱାନ ସଙ୍ଗେ କରି ମନ୍ତ୍ରଣା

ଫିରିଙ୍ଗି ବିରୁଦ୍ଧେ ଦେଲେ ଯୁଦ୍ଧ ଆହ୍ବାନ। (୫) 

ଯୁଦ୍ଧ ଘୋଷଣା ର କଥା କୁ ଶୁଣି

ସିଂହଭୂମି ରେ ଜଳି ଉଠିଲା ବିଦ୍ରୋହ ବହ୍ନି, 

ବିଦ୍ରୋହର ରୋଦ୍ର ରୂପ କୁ ଦେଖି

ଇଂରେଜ ସରକାର ଙ୍କର ପଡିଲା ଭାଲେଣି।(୬) 

ଇଂରେଜମାନେ ପାଂଚିଲେ ବିଭିନ୍ନ ଉପାୟ 

ଭଣ୍ଡୁର କରିବା ପାଇଁ ଆନ୍ଦୋଳନ, 

ରାଜା ଙ୍କ ବିରୋଧୀ ଙ୍କୁ ହାତବାରିସି କରି 

ରଚିଲେ ନାନା ଷଡଯନ୍ତ୍ର ମାନ। (୭) 

ଜଗୁ ଦିୱାନ ଙ୍କ ନେତୃତ୍ବରେ

ଇଂରେଜ ଙ୍କ ର ହେଲା ଅନେକ କ୍ଷତି, 

ରାଜାଙ୍କ ସେନାବାହିନୀ ହାତେ

ନିହତ ହେଲା ଫିରିଙ୍ଗି ସେନାପତି।( ୮) 

ବ୍ରିଟିଶ ମାନେ କ୍ରୋଧିତ ହୋଇ 

ଘୋଷଣା କଲେ ମିଳିବ ତାଙ୍କୁ ପୁରସ୍କାର, 

ଯିଏ ଜଣାଇଦେବ ରାଜା, ଦିୱାନ ସଙ୍ଗେ

ବିଦ୍ରୋହୀମାନଙ୍କ ର ଗୋପନ ଖବର।(୯) 

ଅର୍ଥ ଲୋଭୀ ଆତ୍ମୀୟ ମାନଙ୍କ ସହଯୋଗ ରେ

ରାଜାଙ୍କୁ ଧରିବାରେ ସଫଳ ହେଲା ବଣିକ ଜାତି, 

ନେଇଗଲା ରେ ରାଜାଙ୍କୁ ବନାରସ କାରାଗାର

ଆଜୀବନ କାରାବାସରେ ରଖିଲା, କରି ଦୋଷୀ ପ୍ରମାଣିତ।(୧୦) 

ଇଂରେଜମାନେ କରିଲେ କେତେ ଫନ୍ଦି ଫିକର

ଜଗୁ ଦିୱାନ ଙ୍କୁ ଧରିବା ପାଇଁ, 

ନେଲେ ସାହାଯ୍ୟ ବେଇମାନୀ କୁଚକ୍ରୀଙ୍କର 

ବାରମ୍ବାର ବିଫଳ ହୋଇ।( ୧୧) 

କୁଚକ୍ରୀଙ୍କର ମନ୍ତ୍ରଣା ରେ ଫିରିଙ୍ଗି ସେନା

ଚକ୍ରଧରପୁର ଉପରେ କରିଲେ ଆକ୍ରମଣ, 

ଦିୱାନ ଙ୍କ ସହ ସିପାହୀ ଙ୍କୁ କରିଲେ ବନ୍ଦୀ

ହାକିମ ଫାଶୀଦଣ୍ଡ ଦେଲେ ଦୋଷ କରି ପ୍ରମାଣ। (୧୨) 

ଜଗୁ ଙ୍କୁ ନେଲେ ପୋଡାହାଟ ର ନଦୀକୂଳ

ହାତୀଙ୍କ ଦ୍ବାରା ଭିଡି ଆଣିଲେ ଓସ୍ତ ଗଛର ଦୁଇଟି ଡାଳ, 

ଦୁଇ ଗୋଡ କୁ ବାନ୍ଧି ଡାଳ ଦ୍ବୟରେ, ଡାଳ କୁ ଦେଲେ ଛାଡି

ଗର୍ଜନ କରି ଜଗୁ ଦିୱାନ ହୋଇଲେ ଦୁଇଫାଳ। (୧୩) 

ହସିହସି ସେ ଜୀବନ ଦେଲା

ଦେଶମାତୃକାର ସେବାରେ ବ୍ରତୀ ହୋଇ, 

କେରା ମାଟିର ସେଇ ବୀର ଓଡିଆ ପୁଅ

ଶତ୍ରୁ ପାଖରେ କେବେ ବି ମୁଣ୍ଡ ନୁଆଁଇ ନାହିଁ।( ୧୪) 


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational