STORYMIRROR

Narayan chandra Nayak

Romance

4  

Narayan chandra Nayak

Romance

ହୋଲି ଆସିବ ମନ ମୋହିବ

ହୋଲି ଆସିବ ମନ ମୋହିବ

1 min
5

🔆ହୋଲି ଆସିବ ମନ ମୋହିବ🔆

ଫଗୁଣର ଫଗୁଦଶମୀ ତିଥିରେ
ରାଧା କୃଷ୍ଣଙ୍କୁ ଅବିର କରି ଅର୍ପଣ
ଭକ୍ତମାନେ କାନ୍ଧେଇ ଦୋଳବିମାନ
ଗାଁରୁ ଗାଁ କରୁଛନ୍ତି ପରିଭ୍ରମଣ। 

ବିଭାନରେ ରାଧାକୃଷ୍ଣଙ୍କ ମୂରତି ରଖି
ରାତି ଅଧରେ ଘଣ୍ଟ ଘଣ୍ଟା କରି ବାଦନ
ଭକତ ଦେଖାଇ ନାନା କଳା କୌଶଳ 
ପ୍ରତି ଘର ସମ୍ମୁଖକୁ ଆଣୁଛନ୍ତି ଦୋଳବିମାନ। 

ଘରୁ ଘରୁ ପ୍ରସାଦ କରିକି ସେବନ
ଠାକୁର ଯାଉଛନ୍ତି ଦୋଳ ମେଲଣ
ମେଲଣ ପଡିଆରେ କରିଣ ମିଳନ
ଅବିର ଖେଳୁଛନ୍ତି ସବୁଯାକ ବିମାନ। 

ଫଗୁ ଦଶମୀ ଠରୁ ଦୋଳ ପୁନେଇଁ
ଦୋଳଯାତ୍ରା ସର୍ବତ୍ର ହେଉଅଛି ପାଳନ
ନାନା ରଙ୍ଗର ଅବିର ବୋଳି ହୋଇ
ଏକାକାର ହେଉଛନ୍ତି ଭକ୍ତ ଭଗବାନ। 

ଅଧର୍ମ ଉପରେ ଧର୍ମର ବିଜୟ ରୂପେ
ଚତୁର୍ଦ୍ଦଶୀରେ ହୋଇବ ହୋଲିକା ଦହନ 
ଉତ୍ସବ ମୁଖରିତ ହୋଇ ଉଠିବ ପୁରପଲ୍ଲୀ
ପୂର୍ଣ୍ଣିମା ବାସିରେ ଆସିଲେ ହୋଲି ମିଳନ। 
 
ଭଳିକି ଭଳି ରଙ୍ଗର ଅବିର ଉଡ଼ାଇ
ସାଙ୍ଗ ସାଥୀଙ୍କ ସହିତ ଖେଳିବୁ ହୋଲି
ବାଣ୍ଟିବୁ ଆମେ ସ୍ନେହ ଶରଧା ଯେତେ
ମାନ ଅଭିମାନ ଭେଦଭାବକୁ ଭୁଲି। 

ରଙ୍ଗର ପର୍ବକୁ ପାଳନ କରିବା ପାଇଁ
କେଡେ ସରାଗରେ ରହିଅଛୁ ଯେ ଚାହିଁ
ଅବିର ରଙ୍ଗରେ ରଙ୍ଗେଇ ହୋଇ
ହୋଲି ଆସି ମନ ନେବରେ ମୋହି। 

ବାର ମାସରେ ତେର ପରବ ପାଇଁ
ଆମ ସଂସ୍କୃତି ପରମ୍ପରା ହୋଇଛି ଶ୍ରେଷ୍ଠ
ସେହି ଶ୍ରେଷ୍ଠ ଜାତିର ଦାୟାଦ ରୂପେ
ପାଳିବା ହୋଲି ରଖି ମାଟି ମା'ର ମହତ। 
 
                             ନାରାୟଣ ଚନ୍ଦ୍ର ନାୟକ
                             ଜାମସେଦପୁର





























































































Rate this content
Log in

Similar oriya poem from Romance