STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ବସନ୍ତଭାଷୀ

ବସନ୍ତଭାଷୀ

3 mins
25

        🕊 ବସନ୍ତଭାଷୀ🕊
ବରଷକ ଯାଙ୍କ କାହିଁ ଥିଲ ଯେ ରୁଷି
        ବସନ୍ତ ଆଗମନର ବାରତା ବହି
ଉଭା ହୋଇଲ ହେ ବସନ୍ତଭାଷୀ
        ସୁମଧୁର କୁହୁତାନରେ ଡାକ ଦେଇ। 

ନୀରବ ନିଃସଙ୍ଗ ଜୀବନ ଭେଦି
       ପ୍ରେମ ପ୍ରଣୟର ରଙ୍ଗରେ ଭିଜି
ଉଡି ବୁଲିଲ ପଲ୍ଲବିତ ବୃକ୍ଷରୁ ବୃକ୍ଷ
      ନିଜର ଜୀବନ ସଙ୍ଗୀକୁ ଖୋଜି। 

ପ୍ରାତଃକାଳ ରୁ ସଂଧ୍ଯାକାଳ ଯାଏଁ
         ଅବିରତ ରାବ ଦେଲ ଘନଘନ
ଲୁଚି ଯାଇ ପତ୍ର ଆଢୁଆଳରେ
         ନ ଦେଇ ସହଜେ କାହାରିକୁ ଦର୍ଶନ। 

ସବୁଜ କଅଁଳ ପତ୍ର ଗହଳେ ଖୋଜଇ
            ତୁମ୍ଭକୁ କୌତୁହଳେ ଏ ବେନି ନୟନ 
ବୃକ୍ଷରୁ ବୃକ୍ଷ ଯେବେ ଫୁର୍କିନା ଯାଏ ଉଡି
           ଭାଗ୍ୟ ବଳେ ମିଳଇ ତୁମ୍ଭର ଦର୍ଶନ। 

ମଧୁମାସର ମଧୁରତାରେ ମଜ୍ଜିଣ
             କାମନା ବାସନା ମନେ ଜଗାଇଣ
 ଜୀବନସାଥୀକୁ କରିଲ ଆର୍କଷିତ
            ନିଜ କଣ୍ଠରୁ ଝରାଇ ମଧୁର ସ୍ବନ। 

ବସନ୍ତ ଉନ୍ମାଦନାରେ ହେଲ ଉନ୍ମାଦ 
          ପାଖରେ ପାଇ ନିଜର ଜୀବନ ସାଥି
ମିଳନର ରତୁକୁ କରିଦେଲ ସଫଳ
           ନିଜର ସଙ୍ଗୀ ସହିତ ମିଳନେ ମାତି। 

ବସନ୍ତର ନବୋଉନ୍ବେଷ ବେଳାରେ
           ଉଣ୍ଡାଳି ବୁଲିଲ ବସା କାକ ପକ୍ଷୀର
କୌଶଳେ ସାଥି ଅଣ୍ତା ଦେବ ସେ ବସାରେ
           କରିବା ପାଇଁକି ତୁମ୍ଭର ବଅଂଶ ବିସ୍ତାର। 

ଚିହ୍ନଟ ହୋଇଲେ ପ୍ରକୃଷ୍ଟ ବସା କାକ ପକ୍ଷୀର
          ତୁମ୍ଭେ ରାବ ସେ ନୀଡ଼ ନିକଟେ କରି କର୍କଶ ସ୍ବର
ବିରକ୍ତେ ଯେବେ କାକଟି ବସାକୁ ଛାଡି ତୁମ୍ଭକୁ ତଡଇ
          ନିମିଷେ ସେ ବସାରେ ଅଣ୍ଡା ଦିଅଇ ସାଥି ତୁମ୍ଭର। 
         
କାକ'ର ଯେପରି ଆକାର ଓ ରଙ୍ଗର ଡିମ୍ବ
          ସାଥି ତୁମ୍ଭର କାକ ବସାରେ ଦିଅଇ ସେପରି ଡିମ୍ବ
ଚତୁରତାର ସହିତ ବସାରୁ କାକ'ଟିର ଅଣ୍ଡାକୁ ହଟାଇ
          ନିଜର ଡିମ୍ବଟିକୁ ରଖିଦିଏ ଆଦୌ ନକରି ବିଳମ୍ବ। 

ତୁମ୍ଭକୁ ଘଉଡାଇ କାକ'ଟି ନିଜ ବସାକୁ ଫେରିଲେ
          ଯତ୍ନରେ ତୁମ୍ଭର ଅଣ୍ତାକୁ ଉଷୁମାଏ ଭାବି ନିଜର 
ଜାଣିପାରେନା କି ଛଳନା ତା ସଙ୍ଗେ ହୋଇଛି ବୋଲି
         ଅଳ୍ପ ଦୂରେ ରହି ତୁମେ ବସା ଉପରେ ରଖ ନଜର। 

କିଛିଦିନ ପରେ ଅଣ୍ତା ଫୁଟି ହୋଇଲେ ଛୁଆ
        ଆଖି ଫିଟି ନଥିବା ସେ ଛୁଆ କରଇ ବିଚିତ୍ର ଆଚରଣ
ଅନ୍ୟ ଛୁଆଙ୍କୁ ନିଜେ ଠେଲି ଦିଅଇ ବସା ବାହାରକୁ
       ମା କାକ ଯତନେ ତାକୁ କରିବ ବୋଲି ଲାଳନପାଳନ। 
     
ମା କାକଠୁଁ ଗ୍ରହଣ କରି ଭରପୁର ଭୋଜନ
         ଧୀରେ ଧୀରେ ବଡ ହୋଇଲେ ଛୁଆଗୁଡ଼ିକ ତୁମ୍ଭର
କାକ ର ଛୁଆମାନଙ୍କ ଠାରୁ ଲାଗନ୍ତି ଭିନ୍ନ
         ଯେବେ ସେ ରାବନ୍ତି ତୁମ୍ଭ ପରି କରିଣ କୁହୁ କୁହୁ ସ୍ବର। 

କୌଶଳରେ ଛୁଆଙ୍କୁ ଫେରାଇ ଆଣ ନିଜ ପାଖକୁ
         କାକ ବସାରୁ ଛୁଆଗୁଡ଼ିଙ୍କୁ ନେଇକି ଉଡ଼େଇ
ମା କାକଟି ଯେବେ ଜାଣଇ କାରନାମା ତୁମ୍ଭର
         କାକ ସହିତ ତୁମ୍ଭର ତିକ୍ତ ସମ୍ପର୍କ ଗଠି ଉଠଇ ।

କେବଳ କାକ ନୁହେଁ ଅନ୍ୟ ପକ୍ଷୀବି ବେଳେବେଳେ
         ତୁମ୍ଭର ଛଳନାପୂର୍ଣ୍ଣ ବଂଶ ବୃଦ୍ଧିର ଶିକାର ହୁଅନ୍ତି
ଅଗୋଚରରେ ସେମାନେ ବି ତୁମ୍ଭର ଛୁଆମାନଙ୍କୁ
         ଅତି ଆଦର ସେନହରେ ଲାଳନପାଳନ କରନ୍ତି। 

ହେ ବସନ୍ତଘୋଷୀ କି ବୈଚିତ୍ର୍ୟମୟ ତୁମ୍ଭର ଜୀବନ
         ପ୍ରଜନନ ଋତୁରେ ନିଜର ବଂଶକୁ କରିବା ପାଇଁକି ବିସ୍ତାର
 ନିଜର ଶାବକକୁ ଅନ୍ୟ ପକ୍ଷୀଙ୍କର ବସାରେ ବଢାଅ
          ତୁମ୍ଭେ ଛଳନାପୂର୍ଣ୍ଣ ଭାବେ କ୍ଷତି କରି ଅନ୍ୟ ପକ୍ଷୀଙ୍କର। 

ଯେତେ ଅନ୍ୟାୟ ଅନିତି କରିଲେ ବି ତୁମ୍ଭେ
          ଦୋଷୀ ରୂପେ ତୁମକୁ କେବେବି ଚିତ୍ରଣ କରେନି ପ୍ରକୃତି
ସଂସାରେ ଜୈବିକ ସତ୍ତାର ଭାରସାମ୍ଯ ରକ୍ଷା ପାଇଁ
          ଏଭଳି କଠୋର ନିୟମେ ତୁମକୁ ପରା ଛନ୍ଧିଛି ନିୟତି। 

ପ୍ରକୃତିର ନିୟମ ମାନି ବସନ୍ତ ଆଗମନେ ଯେପରି
          ନିରବ ନିଃସଙ୍ଗତାକୁ ଛାଡି ଝରାଅ କଣ୍ଠୁ ମିଠା ସ୍ବନ
ବସନ୍ତ ବିଦାୟେ ତୁମ୍ଭେ ପୁନଃଶ୍ଚ ଯାଅ ନିରବୀ
          ନିଜର କୁହୁକ ଭରା କଣ୍ଠ ସ୍ବରକୁ କରିଦେଇ କ୍ଷୀଣ। 

🕊🕊🕊🕊🕊🕊🕊🕊🕊🕊🕊🕊🕊🕊🕊           
                                            ନାରାୟଣ ଚନ୍ଦ୍ର ନାୟକ
                                            ଜାମସେଦପୁର
                
             


       
            

             
           


             
            
            

           
           




 



         





      
      
       
       


       
       
        
        
       
          

               




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics