STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ଥରୁଟିଏ ଫେରି ଆସ ହେ ଶତାବ୍ଦୀ ପୁରୁଷ

ଥରୁଟିଏ ଫେରି ଆସ ହେ ଶତାବ୍ଦୀ ପୁରୁଷ

1 min
18

🙏ଥରୁଟିଏ ଫେରି ଆସ ହେ ଶତାବ୍ଦୀ ପୁରୁଷ 🙏
ହେ କୁଳବୃଦ୍ଧ ଜାତିପ୍ରାଣ ସ୍ପନ୍ଦନ
ତୁମ ପ୍ରତିମୂର୍ତ୍ତିରେ ଅର୍ପି ଶ୍ରଦ୍ଧା ସୁମନ 
ବିଛିନ୍ନ ଓଡ଼ିଆଭାଷୀ ଝୁରୁଅଛି ତୁମକୁ
ଜନ୍ମଜୟନ୍ତୀ ତିଥିରେ କରି ନମନ। 

ଆଗଙ୍ଗାଗୋଦାବରୀ କାବେରୀ
ଦେଖିକରି ଛିନ୍ନଭିନ୍ନ ଓଡ଼ିଆ ଭୂଇଁ
ମାଆକୁ ଡାକିଲ ଭାଇକୁ ଖୋଜିଲ
ମାଆ କି ଭାଇର ଦରଶନ ନପାଇ। 

ଫିରିଙ୍ଗିମାନଙ୍କୁ ହାତ ବାରିସ କରି
ମାନ୍ଦ୍ରାଜ,ବିହାର,ମଧ୍ଯପ୍ରଦେଶ,ବଙ୍ଗ
ଷଡଯନ୍ତ୍ର କରି ନେଇ ଯାଇଥିଲେ 
କାଟିଣ ଉତ୍କଳ ଜନନୀଙ୍କର ଅଙ୍ଗ। 

ମନରେ ଅଦମ୍ୟ ସାହାସ ଭରିଣ
ଭାଷା ଆନ୍ଦୋଳନର ଦେଲ ଆହ୍ବାନ
ଅଙ୍ଗହରା ଓଡ଼ିଆ ଭୂଇଁକୁ କରି ଏକତ୍ର
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ କଲ ଗଠନ।

ତୁମ ଉଦ୍ଯମ ବଳରେ ଭାରତବର୍ଷରେ
ଭାଷା ଆଧାରରେ ଓଡ଼ିଶା ଗଠନ ହେଲା
ତଥାପି କେତେଯେ ଓଡ଼ିଆ ଅଞ୍ଚଳ ଗୁଡିକ 
ପ୍ରତିବେଶୀ ରାଜ୍ଯଗୁଡିକରେ ରହିଗଲା। 

ପଡୋଶୀ ରାଜ୍ଯର ସେ ଓଡ଼ିଆ ଅଞ୍ଚଳେ
ଓଡ଼ିଆ ଭାଷା ଆଜି ସଙ୍କଟେ ପଡିଅଛି
ଆମ ସଂସ୍କୃତି ପରମ୍ପରାର ବିଲୋପ ପାଇଁ
ସେଠାର ନେତୃତ୍ବ ନିତି ଷଡଯନ୍ତ୍ର ରଚୁଛି। 

ପଶ୍ଚିମବଙ୍ଗର ଓଡ଼ିଆ ବହୁଳ ଅଞ୍ଚଳେ
ଶେଷ ନିଶ୍ବାସ ମାରୁଛି ଓଡ଼ିଆ ଭାଷା
ଓଡ଼ିଆଭାଷୀ ଲୋକଟି ଦ୍ବନ୍ଦରେ ପଡି
ନିଜକୁ ବଙ୍ଗୀୟ ମଣି କହୁଛି ବଙ୍ଗ ଭାଷା। 

ନିଜର ସଂସ୍କୃତି ପରମ୍ପରାକୁ ନପାରି ଭୁଲି
ଝାଡଖଣ୍ଡ ରାଜ୍ଯର ଓଡ଼ିଆଭାଷୀ ଲୋକ
ଦୁଃଖ କଷ୍ଟ ସହି ଯତନେ ସାଇତି ରଖିଛନ୍ତି
ନିଜର ଓଡ଼ିଆ ଭାଷା ସାହିତ୍ୟର ଟେକ। 

ଛତିଶଗଡ଼ର ଓଡିଆ ଭାଷାଭାଷୀ ଅଞ୍ଚଳେ
ଉତ୍କଳଭାଷୀ ନିଜର ସ୍ଥିତିକୁ ନେଇକି ଭାଳେ
ଶ୍ରୀ ଜଗନ୍ନାଥଙ୍କ ଚିନ୍ତା ଓ ଚେତନାରେ ମଜ୍ଜି
ଓଡିଆ ରୀତିନୀତିକୁ ତଥାପି ମାନିକି ଚଳେ। 

ଦକ୍ଷିଣରେ ଗୋଦାବରୀ ସୀମାନ୍ତ ଯାଏଁ
ଆମ ସ୍ଥାପତ୍ୟକଳା ଜୀର୍ଣ୍ଣଶୀର୍ଣ୍ଣ ଦିଶୁଛି
ଦକ୍ଷିଣୀ ଠାଣି ଓ ବାଣୀରୁ ଦୁରତ୍ଵ ରଖି
କଳିଙ୍ଗଭାଷୀ ମରିମରି ନିତି ଜୀଉଁଛି। 

ଜନ୍ମଦିବସରେ କରିଣ ତୁମ ଗୁଣଗାନ
ତୁମକୁ ସ୍ମରଣ କରୁଅଛି ବିଛିନ୍ନାଞ୍ଚଳବାସୀ
ଥରୁଟିଏ ଫେରି ଆସ ହେ ଶତାବ୍ଦୀ ପୁରୁଷ
ବିଛିନ୍ନ ଓଡ଼ିଆଙ୍କ ଦୁର୍ଦ୍ଦଶାକୁ ଦେବାକୁ ନାଶି। 
🙏🙏🙏🙏🙏🙏🙏🙏🙏🙏🙏
                               ନାରାୟଣ ଚନ୍ଦ୍ର ନାୟକ
                               ଜାମସେଦପୁର






















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational