STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ଉତ୍କଳର ଗହ୍ମା ପୁନେଇଁ

ଉତ୍କଳର ଗହ୍ମା ପୁନେଇଁ

1 min
10

 ଉତ୍କଳର ଗହ୍ମା ପୁନେଇଁ

ରାକ୍ଷୀ ବନ୍ଧନର ଏଇ ଶୁଭ ଲଗନେ
ମୋ ସୁନା ଭାଇର ଶୁଭ ମନାସି
ଫୁଲ,ଚନ୍ଦନ,ସିନ୍ଦୁରରେ କରି ବନ୍ଦାଣ
ବାନ୍ଧିଲି ତାଙ୍କୁ ରାକ୍ଷୀ ହୋଇକି ଖୁସି। 

ଭାଇ ଭଉଣୀର ଅତୁଟ ବନ୍ଧନର
ମୁକସାକ୍ଷୀ ସେହି ସୂତା ଖିଅଟି
ସ୍ନେହ,ପ୍ରେମ,ବିଶ୍ବାସ,ଭରସାରେ
ସୁଦୃଢ଼ ଭାବରେ ହୋଇଛି ଗୁନ୍ଥି।

ଭଉଣୀର ସଦା ସୁରକ୍ଷା ପାଇଁ 
ଭାଇ ରହିଥାଏ ସଜାଗ ହୋଇ
ଯେତେ ଅସୁବିଧା ହେଉ ପଛେ
ଜୀବନବାଜି ଲଗାଏ ଭଉଣୀ ପାଇଁ। 

ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିରେ ଥିଲେ ବାନ୍ଧି
ଦ୍ରୌପଦୀ ଶାଢୀକୁ ଚିରି ନିଜର
ବସ୍ତ୍ରହରଣ ସମୟରେ ଦ୍ରୌପଦୀଙ୍କୁ
କୋଟି ବସ୍ତ୍ର ଦେଇ ପ୍ରଭୁ କଲେ ଉଦ୍ଧାର। 

କାଳିଆ ବଳିଆ ଭାଇଙ୍କୁ ପିନ୍ଧାନ୍ତି ରାକ୍ଷୀ
ଗହ୍ମା ପୁନେଇଁରେ ଭଗିନୀ ହଳଦୀମୁହିଁ
ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ପାଳନ ପାଇଁ
ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠଇ। 

କୃଷିଭିତ୍ତିକ ଆମ ଓଡିଶା ରାଜ୍ଯରେ
ଗୋଧନଙ୍କର ଶ୍ରଦ୍ଧାରେ ହୁଅଇ ପୂଜାର୍ଚ୍ଚନା
ଲୋକେ ଖେଳନ୍ତି ପାରମ୍ପରିକ ଗହ୍ମାଡିଆଁ 
ସେବନ କରିଣ ସ୍ବାଦିଷ୍ଟ ପିଠାପଣା। 

ଭାଇ ଭଉଣୀଙ୍କ ଏଇ ପବିତ୍ର ସମ୍ପର୍କ
କାଳ କାଳରୁ ଏପରି ଆସିଛି ରହି
ଯେତେ ଦିନ ଯାଏଁ ଥିବ ଏ ସଂସାର
ସେତେଦିନ ଯାଏଁ ଥିବ ରାକ୍ଷୀ ପୁନେଇଁ। 

               ନାରାୟଣ ଚନ୍ଦ୍ର ନାୟକ
               ଜାମସେଦପୁର






























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics