STORYMIRROR

Narayan chandra Nayak

Inspirational

4  

Narayan chandra Nayak

Inspirational

ସିଂହ ସନ୍ତାନର ଡାକ

ସିଂହ ସନ୍ତାନର ଡାକ

1 min
14

🙏ସିଂହ ସନ୍ତାନର ଡାକ🙏
ସିଂହଭୂମି ସନ୍ତାନ
ଦେଉଅଛି ଯେ ଡାକ 
ଥରୁଟେ କର୍ଣ୍ଣପାତ କର
ହେ ଓଡ଼ିଶାର ଶାସକ। 

କାହିଁ କେତେ କାଳରୁ 
ସେମାନେ କରୁଛନ୍ତି ବଖାଣ
ନିଜ ଜୀବନର ଦୁଃଖ କାହାଣୀ
ବିଛିନ୍ନାଞ୍ଚଳେ ସହି ସହି କଷଣ। 

ଯେବେଠାରୁ ଓଡ଼ିଶାରୁ
ଏ ଭୂମି ହୋଇଅଛି ବିଛିନ୍ନ
ସେବେଠାରୁ ଏ ଭୂମିପୁତ୍ରଙ୍କ
ଭାଗ୍ୟାକାଶ ହୋଇଛି ତମସାଚ୍ଛନ୍ନ। 

ନାହିଁ ନାହିଁ କେହି ଏଠାରେ
ସେମାନଙ୍କର ଶୁଭଚିନ୍ତକ
ମୂଳନିବାସୀ ବୋଲି କହି କହି
ସେମାନଙ୍କୁ କରି ଦେଲେଣି ମୁକ। 

ଭାଷା, ସାହିତ୍ୟ,ସଂସ୍କୃତି
ସବୁତକ ହେଉଅଛି ବିପନ୍ନ 
ଧୀରେ ଧୀରେ ମଳିନ ହେଉଛି
ଏ ମାଟିରେ ତାଙ୍କରି ପଦଚିହ୍ନ।

ମରି ମରି ଯାଉଛି ଶିକ୍ଷାର ଆଶା
ମିଳୁନାହିଁ ଏଠି ତାଙ୍କୁ ବେଉସା
ବିଦ୍ଯାଳୟ ସବୁ ହେଉଛି ବନ୍ଦ
କେମିତି ବଞ୍ଚାଇବେ ନିଜର ଭାଷା। 

ନୂଆ ପିଢିଙ୍କ ପଠନ ପାଇଁ
ମିଳୁନାହିଁ ଏଠି ଓଡ଼ିଆ ବହି
ଓଡ଼ିଆ ଛାତ୍ରଙ୍କୁ ନ୍ଯୁନ ଦର୍ଶାଇ
ଭାଷା ଶିକ୍ଷକ ନିଯୁକ୍ତି ଦିଅନ୍ତି ନାହିଁ। 

ନିଜର ମାତୃଭାଷାରେ
କରିଥିଲେ ବୋଲି ଶିକ୍ଷା ଗ୍ରହଣ
ନିଜର ଭାଷା, ସଂସ୍କୃତି ପ୍ରତି
ରହିଛି ତାଙ୍କର ମନେ ସମ୍ମାନ। 

ବର୍ତ୍ତମାନ ପିଢି ଯଦି ପଢିବେନି
ନିଜର ମାତୃଭାଷାରେ ପାଠ
ନିଶ୍ଚୟ ଏ ସିଂହଭୂମିରୁ ଦିନେ
ଓଡ଼ିଆ ଭାଷା ହୋଇବ ଲୁପ୍ତ। 

ସେଇ ଚିନ୍ତାରେ ଚିନ୍ତିତ ହୋଇ
ସିଂହଭୂମି ଓଡ଼ିଆ ନିତି ଭାଳଇ
ଆମେ ବୋଧହୁଏ ଏ ଭୂଇଁରେ
ବଞ୍ଚି ରହିଛୁ ଶେଷ ସନ୍ତକ ହୋଇ। 

ବିଛିନ୍ନାଞ୍ଚଳରେ ନିଜ ଅସ୍ତିତ୍ବକୁ
ସଦା ରଖିବା ପାଇଁ କି ଅକ୍ଷୁର୍ଣ୍ଣ
ଓଡ଼ିଶାର ବୁଦ୍ଧିଜୀବି, ଶାସକଙ୍କୁ
ଡାକ ଦେଉଅଛି ସିଂହ ସନ୍ତାନ। 

ଅଖଣ୍ଡ କଳିଙ୍ଗର ଏକତ୍ରୀକରଣ ପାଇଁ
ଯଦି ସିଂହ ସନ୍ତାନଙ୍କ ଥାଏ ପ୍ରୟୋଜନ
ସିଂହଭୂମିରେ ଓଡ଼ିଆତ୍ୱର କରହେ ରକ୍ଷା
ଭାଷା ସମ୍ପର୍କ ସେତୁ କରିକି ସ୍ଥାପନ। 
💐💐💐💐💐💐💐💐💐💐

                           ନାରାୟଣ ଚନ୍ଦ୍ର ନାୟକ
                           ଜାମସେଦପୁର
                        




































































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational